ଫିଲ୍ମ ‘ଫାଇଟର’କୁ ଲିଗାଲ୍ ନୋଟିସ୍ ପଠାଇଲେ ୱିଙ୍ଗ କମାଣ୍ଡର ସୌମ୍ୟଦୀପ ଦାସ
ମୁମ୍ବାଇ: ନିକଟରେ ବଡ ପରଦାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ଫାଇଟର’କୁ ଲିଗାଲ୍ ନୋଟିସ୍ ହୋଇଛି । ଚଳଚ୍ଚିତ୍ରର ଏକ ସିନ୍ କୁ ନେଇ ବିବାଦ ଉପୁଜିଛି । ଆସାମର ଜଣେ ଭାରତୀୟ ବାୟୁସେନା ଅଧିକାରୀ ଫିଲ୍ମ ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଥିବା ସୂଚନା ମିଳିଛି । ଫିଲ୍ମରେ ଦୀପିକା ପାଦୁକୋନ୍ ଏବଂ ହ୍ରିତିକ ରୋଶନଙ୍କୁ ପ୍ରଥମ ଥର ଦେଖିବାକୁ ପାଇଥିଲେ ଦର୍ଶକ । ଉଭୟଙ୍କ ଯୋଡିକୁ ପସନ୍ଦ କରିବା ସହ ଫିଲ୍ମରେ ଥିବା ଏକ ଅନ୍ତରଙ୍ଗ ସିନ୍ କୁ ନେଇ ବାୟୁସେନା ଅଧିକାରୀ ଜଣଙ୍କ ଅସନ୍ତୁଷ୍ଟ ପ୍ରକାଶ କରି ନୋଟିସ୍ ପଠାଇଛନ୍ତି ।
ବାୟୁସେନା ଅଧିକାରୀ ସୌମ୍ୟ ଦୀପ ଦାସ କହିଛନ୍ତି ଯେ ୟୁନିଫର୍ମରେ ଚୁମ୍ବନ ଦୃଶ୍ୟ ଭାରତୀୟ ବାୟୁସେନା ପ୍ରତି ଅପମାନଜନକ। ତେଣୁ ସେ ‘ଫାଇଟର୍’ର ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛନ୍ତି। ତେବେ ଏ ବାବଦରେ ନିର୍ମାତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।
Comments are closed.