www.samajalive.in
Friday, December 5, 2025
20.1 C
Bhubaneswar

ବାହାର ଗ୍ରାମର ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ

ପାଟଣା: ନୂତନ ଭାବେ ନିଯୁକ୍ତି ପାଇଥିବା ବାହାର ଗ୍ରାମର ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗ୍ରାମବାସୀ ବିରୋଧ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ପଶିବାକୁ ଦେଇନାହାନ୍ତି ଗ୍ରାମବାସୀ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବାଲିବନ୍ଧ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ। ଅଭିଯୋଗ ଅନୁଯାୟୀ ଗ୍ରାମରେ ନୂତନ ଅଙ୍ଗନବାଡ଼ି କର୍ମୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।‌ ବିଜ୍ଞାପନରେ ଆଦିବାସୀ, ହରିଜନଙ୍କ ନିମନ୍ତେ ଏହି ପଦବୀ ସଂରକ୍ଷିତ ରହିଥିବା ବେଳେ ବାଲିବନ୍ଧ ଗ୍ରାମରେ ଆଦିବାସୀ ଵର୍ଗର ମହିଳା ନଥିବାରୁ ହରିଜନ ବର୍ଗର ୩ ଜଣ ମହିଳା ଆବେଦନ କରିଥିଲେ। ତେବେ ବାହାର ଗାଲଫୁଲା ଗ୍ରାମର ଜଣେ ଆଦିବାସୀ ମହିଳା ଏହି ପଦବୀ ପାଇଁ ଆବେଦନ କରିଥିବା ବେଳେ ତାଙ୍କୁ ଚଞ୍ଚକତା କରି ନିଯୁକ୍ତି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ନୂତନ ଭାବେ ନିଯୁକ୍ତି ପାଇଥିବା ଗାଲଫୁଲା ଗ୍ରାମର ଏହି ଅଙ୍ଗନବାଡ଼ି କର୍ମୀଙ୍କୁ ବାଲିବନ୍ଧଠାରେ ଗ୍ରାମବାସୀ ବିରୋଧ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ପୁରାଇ ଦେଇ ନାହାନ୍ତି। ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଖବର ପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ତେବେ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଥିବା ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories