www.samajalive.in
Saturday, December 6, 2025
16.1 C
Bhubaneswar

ରାସ୍ତାରେ ସୃଷ୍ଟି ହେଉଛି କୃତ୍ରିମ ପୋଖରୀ; ଲୋକେ ହନ୍ତସନ୍ତ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୨ନମ୍ବର ୱାର୍ଡର ମୁଖ୍ୟ ରାସ୍ତା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି। ରାସ୍ତାଟି ଟିକିଏ ବର୍ଷାରେ ପାଲଟୁଛି କୃତ୍ରିମ ପୋଖରୀ। ସେହି ରାସ୍ତାରେ ଦେଇ ସକ୍ଷହିବାସିନ୍ଦା, ସ୍କୁଲ କଲେଜ ଛାତ୍ରଛାତ୍ରୀ, ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ବର୍ତମାନ ବର୍ଷା ଦିନ ଯୋଗୁ ଯାତାୟତ ବେଳେ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସହରାଞ୍ଚଳରେ ସରକାରଙ୍କ ପକ୍ଷରୁ ରାସ୍ତା ଘାଟ ନିର୍ମାଣ ପାଇଁ ଲକ୍ଷ୍ୟ ଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳ ଏଠି ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱହୀନତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ରାସ୍ତା କାର୍ଯ୍ୟ ଠିକ ଭାବେ ହେଉନି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି।

- Advertisement -

ସୂଚନାଯୋଗ୍ୟ ଯେ, ସେହି ରାସ୍ତା ଦେଇ ଗଞ୍ଜାମ ମହାବିଦ୍ୟାଳୟ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗ୍ରାମର ମା’ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଯିବାକୁ ପଡିଥାଏ। ପ୍ରତେକ ଦିନ ଶତାଧିକ ଛାତ୍ରଛାତ୍ରୀ ତଥା ଗ୍ରାମବାସୀମାନେ ଯାଇଥାନ୍ତି। ବିଶେଷକରି ବର୍ଷାଦିନେ ବହୁତ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି। ତେଣୁ ଏନଏସି କର୍ତ୍ତୃପକ୍ଷ ଏ ରାସ୍ତା ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ନିମନ୍ତେ ସାଧାରଣରୁ ଦାବୀ ହେଉଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories