www.samajalive.in
Saturday, December 6, 2025
16.1 C
Bhubaneswar

ମନ୍ଦିର ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ 

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦର ପୁର ଗ୍ରାମ ନିକଟ କଲେଜ ରୋଡ ଅବସ୍ଥିତ ଥିବା ମା’ କାଳୀ ମନ୍ଦିରରୁ ମଙ୍ଗଳବାର ବିଳମ୍ୱିତ ରାତିରେ ବଡ଼ ଧରଣର ଲୁଟ ହୋଇଥିବା ଜଣାପଡିଛି । ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖା ଦେଇଛି।କେହି ଦୁର୍ବୃତ୍ତ  ମନ୍ଦିର ତାଲା ଭାଙ୍ଗି ମା’ଙ୍କ ରୁପା ଓ ସୁନା ଅଳଙ୍କାର, ଦାନ ଟଙ୍କା ଚୋରି କରି ନେଇଥିବା ଜଣାପଡିଛି। ଏଥିସହ ମା’ଙ୍କ ଦାନ ହୁଣ୍ଡୀକୁ ଭାଙ୍ଗି ସେଥିରେ ଥିବା ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ଟଙ୍କା ନେଇ ଯାଇଛି । ଘଟଣା ସମ୍ପର୍କରେ ପ୍ରଭାତ କୁମାର ସାହୁ ଗଞ୍ଜାମ ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା ସେକେଣ୍ଡ ଅଫିସର କ୍ଷେତ୍ର ମୋହନ ସାହୁ, ଏଏସଆଇ ଜି ଅନନ୍ତ ରାଓ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତମାନ ମନ୍ଦିର ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ ହୋଇନ ଥିବା ବେଳେ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରକାଶ ଥାଉ କି, ଗତ ଚାରିଦିନ ତଳେ ଷ୍ଟେସନ ଅଂଚଳର ଏକ ଦୋକାନରୁ ମଧ୍ୟ ପ୍ରାୟ ପଚାଶ ରୁ ଷାଠିଏ ହଜାର ଟଙ୍କାର ଚୋରି ହୋଇଥିଲା । ପୂର୍ବରୁ ମା’ ଦୁର୍ଗା ମନ୍ଦିର, ବଜାର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିଲା । ଏପର୍ୟ୍ୟନ୍ତ କୌଣସି ଚୋରକୁ ଗଞ୍ଜାମ  ପୁଲିସ ଧରିବାରେ ସକ୍ଷମ ହୋଇନି। ସହରରେ ପାଟ୍ରୋଲିଂ କଡାକଡ଼ି କରିବା ପାଇଁ ଦାବୀ ହେଉଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories