ନବଦାସ ହତ୍ୟା ମାମଲା : ଏଡିଜେ କୋର୍ଟକୁ ମାମଲା ସ୍ଥାନାନ୍ତର

ଝାରସୁଗୁଡ଼ା : ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଜିଲା ଦୋରା ଜର୍ଜ କୋର୍ଟରେ ହାଜର କରାଯାଇଥିଲା। ମାନ୍ୟବର ବିଚାରପତି ଏ ମାମଲାକୁ ଅତିରିକ୍ତ ଜିଲା ବିଚାରପତି ଏଡ଼ିଜେ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ କେହି ଓକିଲ ନ ଥିବାରୁ ସରକାର ନିଜ ପକ୍ଷରୁ ଏସ୍‌ଡିସି ଭାବେ ଆଇନଜୀବୀ ନରେଶ ନାୟକଙ୍କୁ ନିଯୁକ୍ତ କରିଛନ୍ତି । ଆସନ୍ତା ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଛି।

Comments are closed.