www.samajalive.in
Saturday, December 6, 2025
14.1 C
Bhubaneswar

ପାରିବାରିକ କଳହର କରୁଣ ପରିଣତି, ଛୁଆକୁ କୂଅରେ ଫିଙ୍ଗି ମାଆର ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ: ଗଞ୍ଜାମର ଶେରଗଡ ବ୍ଲକ ଲାଉଗୁଡା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ମାଆ ନିଜେ କୂଅକୁ ଡେଇଁ ପଡିଛି। ୨ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ମାଆ ଆତ୍ମହତ୍ୟା ଉଦ୍ୟମ କରିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଛି। ଏହାସହ ଗ୍ରାମବାସୀଙ୍କ ଦ୍ୱାରା ବଡ ଝିଅ ଓ ମାଆ ଜୀବିତ ଭାବେ ଉଦ୍ଧାର ହୋଇଛନ୍ତି। ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories