www.samajalive.in
Sunday, December 14, 2025
23.1 C
Bhubaneswar

ବିଦ୍ୟୁତ ତାର ଲାଗି ଜଳିଲା ଡମ୍ଫର , ଅଳ୍ପକେ ବର୍ତିଲେ ଚାଳକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫୁଲବାଣୀ ପଟୁ ଗୋଡି ବୋଝେଇ ବାଲାନ୍ଦା ପଡା ପଟକୁ ଯାଉଥିବା ଠିକା କମ୍ପାନୀର ଏକ ଡମ୍ଫର ଗାଡିର ଉପରି ଭାଗରେ ବଜାରରେ ବିଦ୍ୟୁତ ଯୋଗାଣ ପାଇଁ ଲାଗିଥିବା ବଡ଼ ବିଦ୍ୟୁତ ତାରରେ ଲାଗିଯିବାରୁ ଗାଡିର ଉପରି ଭାଗରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ଜଳିଥିବା ବେଳେ ବିଦ୍ୟୁତ କଟି ଯିବାରୁ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନ୍ୟ ପଟେ ଗାଡ଼ିରେ ବିଦ୍ୟୁତ ତାର ଲାଗି ସାରା ଫିରିଙ୍ଗିଆ ବଜାର ଅଞ୍ଚଳରେ ବିଦ୍ୟୁତ ଖୁମ୍ବ ଗୁଡିକରେ ନିଆଁ ଲାଗି ହୁତୁହୁତୁ ହୋଇ କିଛି ସମୟ ନିଆଁ ଲାଗିଥିବା ବେଳେ କିଛି ସମୟ ପାଇଁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories