www.samajalive.in
Sunday, December 14, 2025
26.1 C
Bhubaneswar

ମିଳିତ ହିନ୍ଦୁ ଅନୁସୂଚିତ ଜାତି ବୈଠକ

ଚାନ୍ଦିପୁଟ :  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ମିଳିତ ହିନ୍ଦୁ ଅନୁସୂଚିତ ଜାତି ଉନ୍ନୟନ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭପତି ଆନନ୍ଦ ବଳିଆରସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆରଏସଏସ ଓଡ଼ିଶା ପୂର୍ବ ସହ ପ୍ରାନ୍ତ ଶାରୀରିକ ପ୍ରଶିକ୍ଷଣ ପ୍ରମୁଖ ଅଶୋକ ରଣଜିତ୍ ଯୋଗଦେଇ ସମାଜକୁ ସଂଗଠିତ କରିବା ସହ ହିନ୍ଦୁ ସଂସ୍କୃତି ଓ ପରମ୍ପରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଆଇନଜୀବୀ ଦୁର୍ଯ୍ୟଧନ କରଡା, ମିଳିତ ହିନ୍ଦୁ ଅନୁସୂଚୀତ ଜାତି ଉପ ସଭାପତି ଦୀନବନ୍ଧୁ ବାଗସିଂ , ସମ୍ପାଦକ ବୈଲୋଚନ ନାୟକ, ଉପଦେଷ୍ଟା ସନାତନ ନାୟକ, ଜୀତେନ୍ଦ୍ର ପ୍ରଧାନ, ବାବୁଲା ସେଠୀ, ସୁବାଷ ବିଶୋଇ ଓ କୋଷଧ୍ୟକ୍ଷ ଅନିଲ ପ୍ରଧାନ, ସହଦେବ ନାୟକ ପ୍ରମୁଖ ଯୋଗଦେଇଥିଲେ। ବିଶେଷ କରି ଅନୁସୂଚିତ ଜାତିଙ୍କ ପାଇଁ ସରକାର କିଛି ଯୋଜନା କରିଥିଲେ ମଧ୍ୟ ତାହା ସମୁଦ୍ରକୁ ସଂଖେ ଭଳି। ବିଭିନ୍ନ ଆବାସିକ ବିଦ୍ୟାଳୟରେ ଅନୁସୂଚିତ ଜାତି ପିଲାଙ୍କୁ ପାଠ ପଢ଼ାଇବା ବ୍ୟବସ୍ଥା ଥିଲେ ମଧ୍ୟ ପିଲାଙ୍କୁ ସୁଯୋଗ ମିଳୁନାହିଁ। ତେଣୁ ଆଗାମୀ ଦିନରେ ଏସବୁ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories