www.samajalive.in
Saturday, December 6, 2025
16.1 C
Bhubaneswar

ଘନଘନ ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ପ୍ରତିବାଦ

ଗଞ୍ଜାମ : ବର୍ତମାନ ସ୍ଥାନୀୟ ଅଞ୍ଚଳରେ ଘନଘନ ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ପ୍ରତିବାଦ କରି ଗଞ୍ଜାମ ସହର ବିଦ୍ୟୁତ ବିଭାଗ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାର ସମାଧାନ ନେଇ ବିଭାଗୀୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ବିଦ୍ୟୁତ କାଟ ବିରୁଦ୍ଧରେ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ପକ୍ଷରୁ ବୁଧବାର ପୂର୍ବାହ୍ନରେ ପାର୍ଟିର କର୍ମକର୍ତ୍ତା ଓ କର୍ମୀମାନେ ପ୍ରତିବାଦ କରିଥିଲେ। ବର୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ କରୁଥିବା ବେଳେ ଘନଘନ ବିଦ୍ୟୁତ କାଟ ହେଉଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ମଧ୍ୟ ସମଦଶା ଭୋଗୁଛନ୍ତି ।
ବିପିଏଲ ଉପଭୋକ୍ତାଙ୍କୁ ମାଗଣା ବିଦ୍ୟୁତ ସେବା ଯୋଗାଇଦେବା ନେଇ ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ବେଳେ ସିପିଆଇ ଏମର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା,ରାଜ୍ୟ କମିଟି ସଭ୍ୟ ରାମଚନ୍ଦ୍ର ନାୟକ,ଗଞ୍ଜାମ ଆଞ୍ଚଳିକ କମିଟି ସମ୍ପାଦକ ଦିଲିପ ଛୋଟରାୟ,ଦଣ୍ଡପାଣି ମହାପାତ୍ର,ଶ୍ରୀଧର ସ୍ୱାଇଁ, ତ୍ରିଲୋଚନ ପ୍ରଧାନ, ମାନସ ରଞ୍ଜନ ସ୍ୱାଇଁ,ସତୀଶ ସ୍ୱାଇଁ, ଖଲି ସ୍ୱାଇଁ,ବୈରାଗି ବେହେରା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories