ବିଧାନସଭାରେ ନୂତନ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରସଙ୍ଗ ଉଠାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ: ନୂତନ ପର୍ଯ୍ୟଟନସ୍ଥଳୀର ମାନ୍ୟତାକୁ ନେଇ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରଶ୍ନ କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ରହିଥିବା କେତେଗୋଟି ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ରହିଛି ଏବଂ ବିଶେଷକରି ରାମଚଣ୍ଡୀ ପୀଠ, ବଟେଶ୍ୱର ଶୈବପୀଠ ଓ ଅଳେଶ୍ୱର ଶୈବପୀଠ ପ୍ରମୁଖ ପ୍ରାଚୀନ ପୀଠର ଉନ୍ନତିକରଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ? ଓଡ଼ିଶାରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଧର୍ଯ୍ୟ ଭରାସ୍ଥାନ,ଐତିହାସିକ ସ୍ଥଳୀ ଓ ଧାର୍ମିକ ସ୍ଥଳୀ ମାନଙ୍କୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବା ନିମନ୍ତେ କ’ଣ ସବୁ ନିୟମାବଳୀ ରହିଛି ? ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରସ୍ତାବ ମାନଙ୍କ ମଧ୍ୟରେ କେତେ ଗୁଡିଏ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି ?

prayash

ଏହାର ଉତ୍ତର ଦେବାକୁ ଯାଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ପ୍ରକାଶ କରିଥିଲେ କି ଓଡ଼ିଶାରେ ଥିବା ବିଭିନ୍ନ ସୌନ୍ଧର୍ଯ୍ୟଭରା ସ୍ଥାନ,ଐତିହାସିକ ସ୍ଥଳୀ ଓ ଧାର୍ମିକ ସ୍ଥଳ ମାନଙ୍କୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ନିମନ୍ତେ ବିଭାଗ ତରଫରୁ ଏକ ମାର୍ଗ ଦର୍ଶିକା ପ୍ରଣୟନ କରାଯାଇଛି । ଚଳିତ ବର୍ଷ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ କୌଣସି ଜିଲ୍ଲାରୁ ବିଧିବଦ୍ଧ ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ । ଛତ୍ରପୁର ନିର୍ବାଚନ ମଣ୍ଡଳୀର ଚିଲିକା(ରମ୍ଭା) ଓ ଆର୍ଜିପଲ୍ଲୀ  ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନ ସ୍ଥଳ ରହିଛି । ରାମଚଣ୍ଡୀ ପୀଠ, ବଟେଶ୍ୱର ପୀଠ ବିଧିବଦ୍ଧ ପ୍ରସ୍ତାବ ମାର୍ଗଦର୍ଶିକା ଅନୁସାରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ହସ୍ତଗତ ହେଲେ ସରକାର ଉକ୍ତ ସ୍ଥାନଙ୍କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ବିଚାର କରିବେ।

kalyan agarbati

Comments are closed.