www.samajalive.in
Sunday, December 7, 2025
26.1 C
Bhubaneswar

ହୁମ୍ମାରେ ଜଳ ସ୍ୱଚ୍ଛତା ଦିବସ ପାଳିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ପାଳିତ ହେଇଛି । ସ୍ଥାନୀୟ ବିରଭଦ୍ର ହାଇସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ଗଞ୍ଜାମ ବ୍ଲକ ବିଡ଼ିଓ ବିଶ୍ବଜିତ ରାୟ ଉପସ୍ଥିତ ରହିଥିଲେ । ସ୍ୱଚ୍ଛତା ରଥକୁ ପଞ୍ଚାୟତରେ ସ୍ୱଚ୍ଛତା ବାର୍ତ୍ତା ଓ ଜନ ସଚେତନ ପାଇଁ ପରିକ୍ରମା କରାଯାଇଥିଲା । ସ୍ୱଚ୍ଛ ଗଞ୍ଜାମ ସୁସ୍ଥ ଗଞ୍ଜାମ ସମ୍ପର୍କରେ ଜିଲ୍ଲାପାଳ ପିଲାମାନଙ୍କୁ ବୁଝାଇ ଥିଲେ। ପରିଶେଷରେ ପଞ୍ଚାୟତର ସମସ୍ତ ପୋଖରୀ,ଗାଡିଆା ଇତ୍ୟାଦିକୁ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଜାନକୀ ଦାସ,ସମିତିସଭ୍ୟ ଧ୍ରୃବ ଚରଣ ପଲାଇ, ଓ୍ବାର୍ଡ ସଭ୍ୟ କୃଷ୍ଣ ଚନ୍ଦ୍ର ପରିଡା,ଆର.ସନ୍ତୋଷ ରେଡି,ସୁର୍ଦଶନ ପରିଡା ଏବଂ ଅନ୍ୟ ଓ୍ବାର୍ଡ ସଭ୍ୟଙ୍କ ସହ କାର୍ଯ୍ୟର୍ନିବାହୀ ଅଧିକାରୀ ଦିଲ୍ଲୀପ ନାୟକ, ଯୋଗାଣ ସହାୟକ ନବୀନ ସିଂ ବରିଷ୍ଠନାଗରିକ ,ସ୍ୱେଚ୍ଛାସେବୀ , ଯୁବ ଓ ଛାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱଚ୍ଛ ଭାରତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories