ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ତୋଟାସାହିରେ ଅଭାବନୀୟ ଘଟଣା ଘଟିଛି। ମାଟି କାନ୍ଥ ପଡି ଶିଶୁ ପୁତ୍ର ମୃତ, ବାପା ମାଆ ଗୁରୁତର। ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ବାପା, ମାଆ ଏବଂ ଅଢେଇ ବର୍ଷର ଶିଶୁ ପୁତ୍ର ଘରେ ଶୋଇଥିଲେ। ହଠାତ୍ କୌଣସି କାରଣରୁ ଘରର କାନ୍ଥ ସେମାନଙ୍କ ଉପରେ ପଡିଯାଇଥିଲା।ଘଟଣାସ୍ଥଳରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିଲା। ଚିତ୍କାର ଶୁଣି ତୁରନ୍ତ ପଡୋଶୀ ଲୋକ ଘଟଣାସ୍ଥଳକୁ ଆସି ଦମ୍ପତିଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ। ତେବେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଘରର କାନ୍ଥ ଦୁର୍ବଳ ହୋଇ ଭୁଶୁଡି ପଡିଥିବା କୁହାଯାଉଛି।
Popular Categories



