BSKY banner  750×100

ଆନ୍ଧ୍ର ଦଲାଲଙ୍କ ପଞ୍ଝାରେ ଗଞ୍ଜାମ ଚାଷୀ; ୧୭୫୦ ଟଙ୍କା ବଦଳରେ ୧୪୦୦ ଟଙ୍କାରେ କିଣି ନେଉଛନ୍ତି ଧାନ

nua o banner

ଖଲ୍ଲିକୋଟ: ଚଳିତ ବର୍ଷ ଖରିଫରେ ଧାନ ମୁଠେ ଆଦାୟ କରିବାକୁ ଚାଷୀଙ୍କୁ ଶ୍ରମ ସ୍ବୀକାର କରିବାକୁ ପଡିଛି। ଧାନ ତଳି ପକାଇବାଠାରୁ ଆରମ୍ଭ କରି ଅମଳ କରିବା ପର୍ଯ୍ୟନ୍ତ ପାଣିପାଗଜନିତ ସମସ୍ୟା ଓ ଲଗାଣ ବର୍ଷା ଚାଷୀରେ ହଟହଟ୍ଟା ହୋଇଥିଲେ। ଆଶା ମୁତାବକ ଧାନ ଅମଳ କରିବା ନେଇ ଚାଷୀ ଆଶଙ୍କା ପ୍ରକାଶ କରିଥିଲେ। ଚାଷୀକୁଳ ସବୁ ପରିସ୍ଥିତିକୁ ସାମ୍ନା କରି ଅଧିକ ଖର୍ଚ୍ଚାନ୍ତ ହୋଇ ଧାନ ଅମଳ କରିବାକୁ ସକ୍ଷମ ହୋଇଛନ୍ତି । ଏତିକିବେଳେ ହାବୁଡିଛନ୍ତି ଆନ୍ଧ୍ର ଦଲାଲ। ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପଞ୍ଚାୟତରେ ପାଖାପାଖି ୮୦ ଭାଗ ଜମିର ଧାନ ଅମଳ ଶେଷ ହୋଇଗଲାଣି। ଜମିରେ ଧାନ ଅମଳ ଯନ୍ତ୍ର ସାହାଯ୍ୟରେ ଧାନ ଆଦାୟ କରୁଥିବା ବେଳେ କେତେକ ଚାଷୀ ଅମଳ ପୂର୍ବରୁ ଧାନସବୁ ଗଦା ମାରିସାରିଲେଣି । ଅମଳ ଧାନକୁ ଭଲ ଦରରେ ବିକ୍ରି କରି ସାହୁକାର ଋଣ ସୁଝିବାକୁ ଚାଷୀ ବସିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ପଞ୍ଚାୟତରେ ଧାନ ମଣ୍ଡି ଖୋଲି ନାହିଁ । ଚାଷୀକୁଳ ଗୁଜୁରାଣ ମେଣ୍ଟାଇବାକୁ ବିଭିନ୍ନ ଉପାୟରେ ଦଲାଲଙ୍କ ସମ୍ପର୍କରେ ଆସିଛନ୍ତି। ଆନ୍ଧ୍ର ଦଲାଲମାନେ ଧାନ କିଣିବାକୁ ଚାଷୀଙ୍କୁ ଅଗ୍ରୀମ ଅର୍ଥ ଦେବା ଆରମ୍ଭ କଲେଣି । ଆରମ୍ଭରୁ ଆନ୍ଧ୍ର ଦଲାଲମାନେ ଚାଷୀଙ୍କୁ ଭେଟି ଉତ୍ପାଦିତ ଧାନକୁ ତରବରିଆ ଭାବେ ଉଠାଇନେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଫଳରେ ଧାନର ଅଭାବୀ ବିକ୍ରି ଜଳଜଳ ଦିଶିଲାଣି | ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ସ୍ଥିର କରିଥିବା ବେଳେ ଆନ୍ଧ୍ର ସାହୁକରମାନେ ଚାଷୀ ଙ୍କ ଠାରୁ ୧୪୦୦ ଟଙ୍କା ଦରରେ ନେବାକୁ ଚୁକ୍ତି କରିଲେଣି। ଗ୍ରାମାଞ୍ଚଳରେ ଚାଷୀଙ୍କୁ ଆନ୍ଧ୍ର ଧାନ ବେପାରୀ ଧାନ ଦର ମୂଲଚାଲ କରୁଛନ୍ତି। ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରି ଆନ୍ଧ୍ର ପଠାଇବା ପାଇଁ ପ୍ରାୟ କୁଇଣ୍ଟାଲ ପିଛା ପ୍ରାୟ ୨୫୦ ଟଙ୍କା ଖର୍ଚ୍ଚ ହେଉଛି। ଧାନ ସଂଗ୍ରହ ପାଇଁ ଆନ୍ଧ୍ର ମିଲ ମାଲିକଙ୍କଠାରୁ ପ୍ରାୟ ଏକ କୋଟି ଟଙ୍କା ଅଗ୍ରୀମ ଆଣିଥିବା ଆଲୋଚନା କାଳରେ ଆନ୍ଧ୍ର ବେପାରୀ ଜଣକ ଡିଛନ୍ତି। ଗତ ଖରିଫ ଋତୁରେ ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପପଞ୍ଚାୟତ ମଧ୍ୟରୁ କଇରାଶି, ତୁଳସୀପୁର ସମେତ ୧୮ ଗୋଟି ପଆକ୍ସ ମାଧ୍ୟମରେ ଏକ ଲକ୍ଷ ଟନରୁ ଅଧିକ ଧାନ ସଂଗ୍ରହ ହେଇଥିଲା। ଚଳିତ ଖରିଫ ଋତୁରେ ସରକାରଙ୍କ ତରଫରୁ ଧାନ ସଂଗ୍ରହ କରିବା ପାଇଁ ଏବେ ଠାରୁ ଟୋକନ ବ୍ୟବସ୍ଥା କରାଯିବା ସହ ୨୪ ଘଣ୍ଟା ମଧ୍ୟରେ ଚାଷୀ ତାର ବିକ୍ରି କରିଥିବା ଧାନର ପାଉଣା ପାଇବାର ବ୍ୟବସ୍ଥା ହୋଇଛି। ଗତ ଖରିଫ ଋତୁରେ ଚାଷୀ ଟୋକନ ପାଇ ମଧ୍ୟ କାରୋନା କାରଣରୁ ସେମାନଙ୍କର ଗଛିତ ଧାନ ବିକ୍ରି କରି ନପାରି ଅବସାଦରେ ରହିଥିଲେ।
ରି ଖଲ୍ଲିକୋଟ ବ୍ଲକର ଅନେକ ପାକ୍ସ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଛି। ଅର୍ଦ୍ଧାଧିକ ପାକ୍ସରେ ନିଜସ୍ୱ ଗୋଦାମ ଗୃହ ନଥିବାରୁ ଚାଷୀ ସେମାନଙ୍କ ଧାନକୁ ଖରା-ବର୍ଷା-ଶୀତରେ ଖୋଲା ଆକାଶ ତଳେ ରଖିବାକୁ ବାଧ୍ୟ ହେଉଛନ୍ତି। ଚାଷୀମାନେ ଚଢା ଦରରେ ରାସାୟନିକ ସାର କିଣି ଖର୍ଚ୍ଚାନ୍ତ ହୋଇଥିବା ବେଳେ ପାକ୍ସରେ ଧାନ ର ମାନ ଯାଞ୍ଚ କରି କରି ପ୍ରାୟ ୩ କିଲୋ ଧାନ ଅଧିକ ମଗା ଯାଉଥିବାରୁ ଚାଷୀମାନେ ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି। ପାକ୍ସ ଏହି ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି।

Comments are closed.