www.samajalive.in
Sunday, December 7, 2025
26.1 C
Bhubaneswar

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଟ୍ରକ ଓ ବୋଲେରୋ ଜବତ, ୩ ଗିରଫ                                         

ପଦ୍ମପୁର : ପଦ୍ମପୁର ପୁଲିସକୁ ବଡ଼ ସଫଳତା ମିଳିଛି । ପଦ୍ମପୁର ପୁଲିସ ଗତ ୧୫ ତାରିଖ ଦିନ ବିଳମ୍ବିତ ରାତିରେ ଚୋରା ଗଞ୍ଜେଇ ସହ ଟ୍ରକ,ବୋଲେରୋ ସହ ତିନି ଜଣକୁ ଗିରଫ କରିଛି ।  ସୂଚନା ଅନୁଯାୟୀ ପଦ୍ମପୁର ପୁଲିସ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଗଜପତି ଜିଲା ଆର ଉଦୟଗିରି ଗ୍ରାମଠାରୁ ହରିଆଣା ରାଜ୍ୟ ଯାଉଥିବା ଏକ  ଟ୍ରକ ନମ୍ବର ଏଚ ଆର ୩୭ଡି ୩୪୭୯ ଏବଂ ବୋଲେରୋ ନମ୍ବର ଓଡି ୨୧ ୭୦୫୫ ଗାଡିକୁ ଅଟକାଇ  ତିନି ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । ଗାଡିକୁ ଥାନାକୁ ଅଣାଯାଇଥିଲା । ସେଥିରେ  ୬ଟି ଅଖାରେ ୧୯୨  କେଜି ୯୦୦ ଗ୍ରାମ ଚୋରା ଗଞ୍ଜେଇ ଯାଉଥିଲା ।

ତା ପାଖରୁ ଚାରୋଟି ମୋବାଇଲ ଫୋନ ଓ ୨୧୭୦ ଟଙ୍କା ,ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ଏଟିଏମ କାର୍ଡ ପୁଲିସ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ତିନି ଜଣକୁ  ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।  ପଦ୍ମପୁର  ତହସିଲଦାର ଦୀପ୍ତିମୟୀ ପାତ୍ର  ଥାନାକୁ ଆସି ଜବତ ଗଞ୍ଜେଇକୁ ଓଜନ କରିଥିଲେ । ସମୁଦାୟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୯  ଲକ୍ଷ ୨୦ ହଜାର  ଟଙ୍କା ହେବ ବୋଲି  ପୁଲିସ ସୂଚନା ଦେଇଛି । ପଦ୍ମପୁର ଥାନାରେ କେସ ନମ୍ବର ୧୪୧ /୨୦୨୪ ଏନଡିପିଏସ ଧାରା ଅନୁସାରେ ମାମଲା ରୁଜୁ କରି ଜବତ ଚୋରା ଗଞ୍ଜେଇ ସହ ତିନି ଜଣକୁ ଗିରଫ କରି ଗୁଣପୁର କୋର୍ଟ ଚାଲାଣ କରିଥିବା ନେଇ  ପଦ୍ମପୁର ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories