www.samajalive.in
Friday, December 5, 2025
26.1 C
Bhubaneswar

ଭକ୍ତ ଦାସିଆଙ୍କ ପୀଠରେ ମହାଲକ୍ଷ୍ମୀଙ୍କ ପୂଜା

ପିପିଲି: ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ବାଲିଗାଁସ୍ଥିତ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ମା’ମହାଲକ୍ଷ୍ମୀଙ୍କ ମନ୍ଦିରରେ ଯଜ୍ଞ ଉତ୍ସବ ସହ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ବୁଧବାର ପ୍ରତ୍ୟୁଷରେ ଭକ୍ତଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପୀଠ ପରିସରସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ମା’ମହାଲକ୍ଷ୍ମୀଙ୍କ ମନ୍ଦିର ସମେତ ଅନ୍ୟ ସମସ୍ତ ମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ସହିତ ବେଦ ଓ ଗୀତାପାଠ କରାଯାଇଥିଲା । ମା’ମହାଲକ୍ଷ୍ମୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାନୀତିର ଆୟୋଜନ ସହ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଅଖଣ୍ଡ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି ଅବସରରେ ସେଠାରେ ଅନୁଷ୍ଠିତ ହୋମଯଜ୍ଞରେ କର୍ତ୍ତା ଭାବେ ସ୍ୱରୂପ କୁମାର ସାହୁ ଓ ତାଙ୍କ ସହଧର୍ମିଣୀ ତୃପ୍ତିମୟୀ ସାହୁ କାର୍ଯ୍ୟନିର୍ବାହ କରିଥିବା ବେଳେ ପୀଠର ମୁଖ୍ୟପୂଜକ ଲିଙ୍ଗରାଜ ପଣ୍ଡା ଓ ସହାୟକ ପୂଜକ ପ୍ରସନ୍ନ କୁମାର ପଣ୍ଡା ବୈଦିକ ରୀତିରେ ଯଜ୍ଞକାର୍ଯ୍ୟ ସମାପନ କରିଥିଲେ । ଅପରାହ୍ନରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ସ୍ମୃତି କମିଟିର ସାଧାରଣ ସଂପାଦକ ଡ଼ଃ ଘନଶ୍ୟାମ ସ୍ୱାଇଁ, ଉପସଭାପତି ଡାକ୍ତର ନରେନ୍ଦ୍ର ନାଥ ସାହୁ, ଅଜୟ ଦାସ, ସଦାଶିବ ସ୍ୱାଇଁ, ସୁଦର୍ଶନ ଦାସ, ଜୟକୃଷ୍ଣ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର ଭିଡ ପରିଲକ୍ଷିତ ହୋଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories