କାଓ୍ବାସାକି ଆଣିଲା ନୂଆ ବାଇକ୍, ଏମିତି ରହିଛି ଫିଚର୍..
ନୂଆଦିଲ୍ଲୀ : ବାଇକ ନିର୍ମାତା କମ୍ପାନୀ କାଓ୍ବାସାକି ଭାରତରେ ନିଜ ମିଡିଲଓ୍ବେଟ କ୍ରୁଜର ମୋଟରସାଇକେଲ ୨୦୨୪ ଭଲକନ୍ ଏସକୁ ୭.୧୦ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ଦାମରେ ଲଞ୍ଚ୍ କରିଦେଇଛି । ଏହି ଅପଡେଟେଡ୍ ମୋଟରସାଇକେଲରେ ଏକ ନୂଆ ରଙ୍ଗ ପର୍ଲ ମ୍ୟାଟ୍ ସେଜ୍ ଗ୍ରୀନ୍ ଯୋଡାଯାଇଛି ।
ଏଥିରେ ୬୪୯ ସିସିର ପାରାଲାଲ୍-ଟ୍ବିନ୍ ଲିକ୍ବିଡ୍ କୁଲ୍ଡ ଇଞ୍ଜିନ୍ ମିଳିବ ଯାହା ୭୫୦୦ ଆରପିଏମରେ ୬୦ ବିଏଚପିର ସର୍ବାଧିକ ପାଓ୍ବର ଓ ୬୬୦୦ ଆରପିଏମରେ ୬୨.୪ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ଏଥିରେ ୬ ସ୍ପିଡ୍ ଗିୟରବକ୍ସ ଯୋଡାଯାଇଛି । ଭଲକନ୍ ଏସରେ ୧୮ ଇଞ୍ଚ ଫ୍ରଣ୍ଟ ଓ ୧୭ ଇଞ୍ଚ ରିୟର ଆଲୟ ହ୍ବିଲ୍ ମିଳିଥାଏ । ଏଥିରେ ଡୁଆଲ ଚ୍ୟାନେଲ୍ ଏବିଏସ୍ ମିଳେ । ଏହାର ଓଜନ ୨୩୫ କିଲୋଗ୍ରାମ । ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୩୦ ଏମଏମ୍ । କ୍ରୁଜରରେ ଏକ ସେମି-ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ୍ ରହିଛି । ବ୍ଲୁଟୁଥ୍ କନେକ୍ଟିଭିଟି ଚାଳକଙ୍କୁ ଏକ ନୂତନ ଅନୁଭୂତି ପ୍ରଦାନ କରିବ ।
Comments are closed.