ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳ ଚଢ଼େଇଭୋଳ ଗ୍ରାମର ମୋଚିରାମ ମୁର୍ମୁଙ୍କ ପତ୍ନୀ ଫୁଲମଣି ମୁର୍ମୁଙ୍କ ମୃତଦେହ ମଙ୍ଗଳବାର ଧାନ ବିଲରୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ ଫୁଲମଣି ବିଲକୁ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ବିଲ ହିଡରୁ ତଳକୁ ପାଣିରେ ଖସି ପଡ଼ି ରାତି ସାରା ପାଣିରେ ରହିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଘରଲୋକ ବହୁ ଖୋଜା ଖୋଜି କରିବା ପରେ ମଙ୍ଗଳବାର ସକାଳୁ ତାଙ୍କ ମୃତ ଦେହ ବିଲରୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଏନେଇ ପାଟଣା ଥାନାରେ ୬୬/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସାହାରପଡ଼ା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି ପାଟଣାରେ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି।
Popular Categories



