www.samajalive.in
Saturday, December 6, 2025
23.1 C
Bhubaneswar

ମାଧପୁର ଜଙ୍ଗଲ ପୋଖରୀରେ ହାତୀପଲଙ୍କ ଜଳ କ୍ରୀଡ଼ା

ପାଟଣା : ପାଟଣା ବନାଞ୍ଚଳରେ ୪ ଦିନ ହେଲା ଡେରା ପକାଇଥିବା ୨୫ ଟିକିଆ ହାତୀପଲ ଭୋରରୁ ପାଟଣା ନିକଟସ୍ଥ ମାଧପୁର ଜଙ୍ଗଲକୁ ଆସି ଡେରା ପକାଇଛନ୍ତି। ଆଜି ସୂର୍ଯ୍ୟୋଦୟ ପରେ ପରେ ଏହି ହାତୀପଲ ମାଧପୁର ଜଙ୍ଗଲରେ ଥିବା ଏକ ବଡ ପୋଖରୀରେ ପଶି ଜଳକ୍ରୀଡ଼ା କରିବା ସହ ନିଜ ନିଜ ମଧ୍ୟରେ ମଉଜ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହି ହାତୀପଲଙ୍କ ଜଳକ୍ରୀଡ଼ା ଦେଖିବା ପାଇଁ ଶହ ଶହ ଲୋକେ ମାଧପୁର ଜଙ୍ଗଲକୁ ଯାଇଥିଲେ। ତେବେ ପାଟଣା ବନବିଭାଗ ଏହି ହାତୀପଲଙ୍କ ଉପରେ ନଜର ରଖିବା ସହ ହାତୀପଲଙ୍କୁ ନଚିଡାଇବାକୁ ଲୋକଙ୍କୁ ଅପିଲ କରିଥିବା ଦେଖାଯାଇଥିଲା। ସନ୍ଧ୍ୟାରେ ହାତୀପଲ ଝାଟିପଡା ଜଙ୍ଗଲରେ ଥିବା ଜଣାପଡିଛି। ପାଖ ଜଙ୍ଗଲରେ ଏହି ହାତୀ ପଲ ଥିବାରୁ ଆଖପାଖ ଗ୍ରାମବାସୀ ଭୟରେ ଥିବା ଜଣାପଡିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories