www.samajalive.in
Saturday, December 6, 2025
26.1 C
Bhubaneswar

ତେଜରାତି ଦୋକାନରୁ ୧୮୮ ବୋତଲ ବିଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

ଗୁରୁଡିଝାଟିଆ: ତେଜରାତି ଦୋକାନ ଆଳରେ ଖୁଲମଖୁଲା ବିକ୍ରି ହେଉଥିଲା ବିଦେଶୀମଦ। ସନ୍ଧ୍ୟା ହେଲେ ସ୍ଥାନୀୟ ଯୁବକମାନେ ବିଦେଶୀମଦ ପିଇ ମାତାଲ ହେଉଥିଲେ । ଜେଜରାତି ଦୋକାନ ଅପେକ୍ଷା ଚୋରାମଦରେ ଭଲ ଦୁଇପଇସା ପକେଟକୁ ଆସୁଥିବାରୁ ମନଟା ଲାଗିଥିଲା ଚୋରା ବିଦେଶୀ ମଦ ବେପାରରେ । ହେଲେ ପୁଲିସ ଆଖିରେ ଛପି ପାରି ନ ଥିଲା । ଗତକାଲି ଅତର୍କିତ ଭାବେ ଖୁଣ୍ଟୁଣୀ ପୁଲିସ ବ୍ରହ୍ମପୁର ଗ୍ରାମର ସତ୍ୟଜିତ୍‌ ସାହୁଙ୍କ ତେଜରାତି ଦୋକାନରେ ଚଢାଉ କରି ୧୮୮ ବୋତଲ ବିଦେଶୀମଦ, ଏକ ଟାଟା ଏସିଇ ଗାଡି ଜବତ କରିବା ସହିତ ଅଭିଯୁକ୍ତ ସତ୍ୟଜିତକୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରବିନାରାୟଣ ବେହେରା, ଉପନିରୀକ୍ଷକ ଡଃ ବିକାଶ କୁମାର ସେଠୀ ଓ ପୁଲିସ ଫୋର୍ସ ରାତି ପ୍ରାୟ ସାଢେ ୧୦ଟାରେ ତେଜରାଜି ଦୋକାନ ଉପରେ ଚଢାଉ କରିଥିଲେ । ସେଠାରୁ କିଛି ମଦ ଜବତ କରିବା ପରେ ଏକ ଟାଟା ଏସିଇ ଗାଡିରେ ରଖିଥିବା ଚୋରା ମଦ ମଧ୍ୟ ଠାବ କରି ଜବତ କରିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories