www.samajalive.in
Tuesday, December 9, 2025
16.1 C
Bhubaneswar

ଜିଲା ବିଜେଡି ପକ୍ଷରୁ ନବୀନଙ୍କ ଜନ୍ମଦିନ ପାଳନ, ୩୫ ୟୁନିଟ୍‌‌ ରକ୍ତ ସଂଗ୍ରହ

କେନ୍ଦୁଝରଗଡ଼: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବୁଧବାର ୭୯ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ବିଜେଡି ପକ୍ଷରୁ ନିରାଡମ୍ବର ଭାବେ ରାଜ୍ୟ ନବୀନ ପଟ୍ଟନାୟକଙ୍କ ଜନ୍ମଦିବସ ପାଳନ କରାଯାଇଛି। ନଗରଭବନଠାରେ ପୂର୍ବତନ ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ଅଧ୍ୟକ୍ଷତାରେ ‘କରିବା ରକ୍ତଦାନ, ବଞ୍ଚାଇବା ଜୀବନ’ ବାର୍ତ୍ତା ଦେଇ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଘସିପୁରା ବିଧାୟକ ତଥା ରାଜ୍ୟ ବିଜେଡିର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ଉଦ୍‌‌ଘାଟନ କରିବା ସହ ରକ୍ତଦାନ ଭଳି ମହତ୍‌‌ କାର୍ଯ୍ୟକ୍ରମରେ ସାମିଲ ସମସ୍ତ କର୍ମକର୍ତ୍ତା ଓ କର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ଚମ୍ପୁଆ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ପୂର୍ବତନ ଜିଲାପରିଷଦ ସଭାପତି କମଳିନୀ ପାତ୍ର, ପୂର୍ବତନ କେନ୍ଦୁଝରଗଡ଼଼ ନଗରପାଳ ମୀନା ମାଝୀ ଓ ପ୍ରଭଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁ, ସଦର ବ୍ଲକ ସଭାପତି ଚକ୍ରଧର ପରିଡ଼ା, ଅନୁସୂଚିତ ଜାତି ସେଲ ସଭାପତି ଭରତ ପାତ୍ର, ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ, ଯୁବ ନେତା ଜଗଦୀଶ ଆପଟ, ଦେବୁ ପଟ୍ଟନାୟକ, କାଉନସିଲର ଅଭିନାଶ ମିଶ୍ର, ଭଗବାନ ନାଏକ, କେଳିକାକଳି କୁମୁରା, ଦୟାନିଧି ପାତ୍ର, ବିଜେଡି ନେତା ଭବାନୀ ଶଙ୍କର ନାୟକ, ରଞ୍ଜନ ବେହେରା, ଅରୁଣ କୁମାର ବ୍ରଦ୍ମ, ଅମର କୁଅଁର, ପଞ୍ଚାନନ ସାହୁ, ନଟବର ସର୍ଦ୍ଦାର, ଅନାଦି ଚରଣ ପ୍ରଧାନ, ରକ୍ଷାକର ସାହୁ, ଦୃଦାନନ୍ଦ ପ୍ରଧାନ, ରିଙ୍କୁ ବେହେରା, ନାରୀନେତ୍ରୀ ପୁନମ କୁମାରୀ, ଉତ୍ତମ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ରହି ନବୀନଙ୍କ ଦୀର୍ଘ, ନିରାମୟ ଓ ସୁସ୍ଥ ଜୀବନ କାମନା କରିଥିଲେ। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୩୫ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇ ମାନବସେବା ପାଇଁ ରକ୍ତ ଭଣ୍ଡାରକୁ ପଠାଇ ଦିଆଯାଇଥିଲା।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories