www.samajalive.in
Monday, December 8, 2025
20.1 C
Bhubaneswar

ଓ୍ବାକଫ ଜମିରେ ତିଆରି ହୋଇଛି ନୂଆ ସଂସଦ ଭବନ: ବଦରୁଦ୍ଦିନ ଅଜମଲ

ସମାଜ ଡିଜିଟାଲ ଡେସ୍କ: ଓ୍ବାକଫ ବୋର୍ଡ ଆଇନ ୧୯୯୫କୁ ସଂଶୋଧନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେବା ପରଠାରୁ ଏହାକୁ ବିଭିନ୍ନ ମୁସଲମାନ ସଂଗଠନ ପକ୍ଷରୁ ବିରୋଧ ଜାରି ରହିଛି। ଏପରି କି କିଛି ସଂଗଠନ ଏବଂ ନେତା ଏହା ବିରୋଧରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଓ୍ବାକଫ ବୋର୍ଡ ଜମି ଉପରେ ନିର୍ମାଣ ହୋଇଥିବା ଜଣେ ମୁସଲମାନ ନେତା ଦାବି କରିବା ପରେ ବର୍ତ୍ତମାନ ନୂଆ ସଂସଦ ଭବନ ବି ଓ୍ବାକଫ ଜମିରେ ତିଆରି ହୋଇଥିବା ଦାବି କରିଛନ୍ତି ଆସାମର ଜମିୟତ ଉଲେମା ମୁଖ୍ୟ ତଥା ଏଆଇୟୁଡିଏଫ ନେତା ମୌଲାନା ବଦରୁଦ୍ଦିନ ଅଜମଲ। ଓ୍ବାକଫ ବିଲ ଉପରେ ନିଜର ଅସନ୍ତୋଷ ପ୍ରକାଶ କରି ସେ କହିଥିଲେ, ସମସ୍ତ ଧର୍ମନିରପେକ୍ଷ ରାଜନୈତିକ ଦଳ ଏହ ବିଲ୍‌ର ସମୀକ୍ଷା ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି(ଜେପିସି)ର ବହିସ୍କାର କରିଛନ୍ତି। ୫ କୋଟି ଲୋକ ଜେପିସିକୁ ଚିଠି ଲେଖି ଏହାର ବିରୋଧ କରିଛନ୍ତି ବୋଲି ସେ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories