www.samajalive.in
Saturday, December 6, 2025
14.1 C
Bhubaneswar

ଘର ମାଟି ତଳୁ ୨୯୦ କିଲୋ ଗଞ୍ଜେଇ ଜବତ, ମାଫିଆ ଗିରଫ

ମୋହନା :   ଗଞ୍ଜେଇ ମାଫିଆ ମାନେ କାର, ଟ୍ରକ, ବସ ଓ ବାଇକରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରିବା ସମୟରେ ପୁଲିସ ହାବୁଡରେ ପଡୁଛନ୍ତି। ତେବେ ଅଡବା ପୁଲିସ ଏକ ଦୁର୍ଗମ ଗ୍ରାମରୁ ବିପୁଳ ପରିମାଣର ଗଞ୍ଜେଇ ଜଣେ ମାଫିଆଙ୍କ ଘର ମାଟିତଳୁ ସୁରକ୍ଷିତ ଭାବେ ରଖାଯାଇଥିବା ଜାଣି ଅଡବା ପୁଲିସ ତାହାକୁ ଜବତ କରିବାରେ ସଫଳ ହୋଇଛି ।
ସୂଚନା ଯୋଗ୍ୟ ବିଶେଷ ସୂତ୍ରରୁ ଖବର ପାଇ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସଆଇ ହୃଷିକେଶ ପଣ୍ଡା ଏବଂ କର୍ମଚାରୀମାନେ ମିଳିତ ଭାବେ ଗୁଲୁବା ପଞ୍ଚାୟତ ଅନ୍ତର୍ଗତ ରାମଗୁଡ଼ା ଗ୍ରାମର ପୁରଞ୍ଜନ ଗମାଙ୍ଗଙ୍କ ଘରେ ଗୁରୁବାର ଭୋରରୁ ପୁଲିସ ଟିମ ଚଢଉ କରିଥିଲେ । ତାଙ୍କ ଘର ମଧ୍ୟରେ ଥିବା ଏକ କୋଠରୀର ମାଟି ଖୋଳି ତା’ ମଧ୍ୟରେ ସୁରକ୍ଷିତ ଭାବେ ଏକ କଳା ଜରି ପାଲ ଘୋଡାଇ  ୩ଟି ବଡ ପ୍ଳାଷ୍ଟିକ ଡ୍ରମ, ୨ଟି ଜରି ବସ୍ତା ଓ ଏକ ବଡ ଟିଣ ବାକ୍ସ ମଧ୍ୟରେ ଗଞ୍ଜେଇ ରଖାଯାଇଥିଲା। ଅଡବା ପୁଲିସ ମାଟି ଖୋଳି ତା ମଧ୍ୟରୁ ଗଞ୍ଜେଇ ସବୁ ଜବତ କରିଥିଲା ଓ ସେହି ଘରୁ ପୁରଞ୍ଜନକୁ ଗିରଫ କରିଥିଲା। ମାଜିଷ୍ଚ୍ରେଟ ଦାୟିତ୍ୱରେ ରହିଥିବା ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ପଲାଇଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରିବାରୁ ୨୯୦ କିଲୋ ୬୦୦ ଗ୍ରାମ ହୋଇଥିଲା। ଅଡବା ଥାନାରେ ମାମଲା ରୁଜୁ ହେବା ସହ ଗଞ୍ଜେଇ ମାଫିଆ ଗମାଙ୍ଗକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ସରକାରୀ ଜଙ୍ଗଲ ଜମିରେ ନିଜେ ଗଞ୍ଜେଇ ଚାଷ  କରିଥିବା ଓ ଦର କମ ଥିବାରୁ ବିକ୍ରୀ ନ କରି ଘର ମାଟି ତଳେ ପୋତି ରଖିଥିବା ଗମାଙ୍ଗ ପୁଲିସକୁ କହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories