ସରକାରୀ ବସରେ ଗଞ୍ଜେଇ ଚାଲାଣ, ୪ ଗିରଫ

ସମାଜ ଡିଜିଟାଲ ଡେସ୍କ: ସରକାରୀ ବସରେ ଚାଲାଣ ହେଉଥିଲା ଗଞ୍ଜେଇ। ବସରେ ଚଢ଼ାଉ କରି ପୁଲିସ ଗଞ୍ଜେଇ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଜୟପୁରରୁ ରାଉରକେଲା ଆସୁଥିବା ଉକ୍ତ ବସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା। ଏହା ପରେ ବସଟି ଆମ୍ବିଆନ୍ସ ଛକ ନିକଟ ଏକ ଜଳଖିଆ ଦୋକାନ ପାଖରେ ଅଟକିଥିବାବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବସରୁ ୪ ପ୍ୟାକେଟ ଗଞ୍ଜେଇ ମିଳିଥିଲା, ଯାହାର ଓଜନ ୪୦ କେଜି ହେବ। ଏହି ଘଟଣାରେ ପୁଲିସ ବସ କଣ୍ଡକ୍ଟର ଓ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି।
Comments are closed.