ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହି କାରବାର ଉପରେ ରୋକ ଲଗାଇବା ପାଇଁ ଫିରିଙ୍ଗିଆ ପୁଲିସ ମଧ୍ୟ ରୀତିମତ ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରୁଛି। ଶୁକ୍ରବାର ପୁଲିସ କୌଣସି ସୂତ୍ରରୁ ଖବର ପାଇ ଏକ ସ୍ଥାନରେ ଚଢାଉ କରି ଦୁଇଟି ଦାମୀ କାର ସହ ଦୁଇ ଜଣ ବିହାରୀ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଛାପଡା ଥାନା ପଟାକେରି ଗାଁ ର ପାଣ୍ଡୁରୁ କହଁର ଏବଂ ଗଲେସୁଗା ଗାଁ ର ନୀଳକଣ୍ଠ କହଁର । ଏହି ଗଞ୍ଜେଇ ଗୋଛାପଡା ଅଂଚଳରୁ ରାଜଧାନୀ ଭୁବନେଶ୍ୱର କୁ ଚାଲାଣ ହେଉଥିବା ଜଣାପଡିଛି।
Popular Categories



