www.samajalive.in
Sunday, December 14, 2025
17.1 C
Bhubaneswar

କାର ସହ ୭୭ କେଜି ଗଞ୍ଜେଇ ଜବତ,୨ ଗିରଫ

ସାକ୍ଷୀଗୋପାଳ :  ସତ୍ୟବାଦୀ ପୁଲିସ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ନିକଟରୁ ୭୭ କେଜି ଗଞ୍ଜେଇ ଓ ଏକ କାର ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ନେତୃତରେ ଏକ ସ୍ବତନ୍ତ୍ର ଦଳ ସତ୍ୟବାଦୀ ବ୍ଲକ ଛକରେ ଚଢଉ କରି ଚନ୍ଦନପୁର ପଟୁ ଆସୁଥିବା ଏକ କାରକୁ ଧରିଥିଲେ। ସେହି ଗାଡ଼ିରେ ଥିବା ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଜେରା କରିବା ସହ ତଲାସିରେ ଗାଡ଼ିରୁ ଚାରି ଗୋଟି ଜରି ବସ୍ତା   ଗଞ୍ଜେଇ ବାହାରି ଥିଲା । ପୁଲିସ କାରକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଦୁଇ ଯୁବକ ଶମ୍ଭୁ ଦିଗଲ, ପିତା ଅର୍ଜୁନ ଦିଗଲ, ଗ୍ରାମ ସୁନା ପାଙ୍ଗ, ଥାନା-ବାଲିଗୁଡା, ଜିଲ୍ଲା – କନ୍ଧମାଳ, ଅନ୍ୟ ଜଣେ ନକୁଳ ଦେହୁରୀ, ପିତା ବିନୋଦ ଦେହୁରୀ, ଗ୍ରାମ ସୁନା ପାଙ୍ଗ, ଥାନା-ବାଲିଗୁଡା  ଜିଲ୍ଲା-କନ୍ଧମାଳଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ସାଢେ ସାତ ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇ କନ୍ଧମାଳ ବାଲିଗୁଡାରୁ କାର ଯୋଗେ ଅଣାଯାଇ ଜଗନ୍ନାଥ ସଡ଼କ ଦେଇ ଭୂବନେଶ୍ବରକୁ ଚାଲାଣ ହେଉଥିଲା ବୋଲି ଅଧିକ ପଚରା ଉଚରାରେ ଜଣାପଡିଛି । ଏହି ସଂକ୍ରାନ୍ତରେ ସତ୍ୟବାଦୀ ଥାନାରେ ଏକ ମୋକଦମା ରୁଜୁ କରାଯାଇଛି। ପୁରୀ ଆରକ୍ଷୀ ଅଧୀକ୍କଷଙ୍କ ନିର୍ଦେଶ ମତେ ଆଗାମୀ ଦିନରେ ନିଶା ମାଫିଆଙ୍କ ଉପରେ ଚଢାଉ ଜୋରଦାର କରାଯିବ ବୋଲି ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories