www.samajalive.in
Monday, December 15, 2025
17.1 C
Bhubaneswar

ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟ ଏକ ମାମଲାର ତଦନ୍ତ ପାଇଁ ଅବକାରୀ ବିଭାଗର କର୍ମଚାରୀମାନେ ଯାଉଥିବା ବେଳେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କାଳିପଙ୍ଗା ଛକରେ ବସକୁ ଅପେକ୍ଷା କରିଥିବା ୨ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ତନଖୀ ବେଳେ ସେମାନଙ୍କଠାରୁ ୨୧ କେଜି ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣକୁ ମଧ୍ୟ ଗିରଫ କରିଛି । ୨ଟି ଅଖାରେ କେଜିକିଆ ପ୍ୟାକେଟ୍ କରି ସେମାନେ ଚାଲାଣ ପାଇଁ କାଳିପଙ୍ଗା ଛକରେ ଅପେକ୍ଷା କରିଥିବା ବେଳେ ପୁଲିସ୍ ସନ୍ଦେହରେ ପଚରା ଉଚରା କରିଥିଲା। ଗିରଫମାନେ ହେଲେ କାଳିପଙ୍ଗା ଅଞ୍ଚଳର ପାଇକ ସାହୁ ଓ ପଲସପଦର ଗ୍ରାମର ବିଦୂର ନାୟକ ବୋଲି ଅବକାରୀ ଏସ୍ଆଇ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି। ଏନେଇ କେସ ନଂ ୭ା୨୦ରେ ଏକ ମାମଲା ରୁଜୁକରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories