BJD Bijuli 480×75 Mob

ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ

BJD Bijuli 480×75 Mob

ମୁମ୍ବଇ : ବଲିଉଡ୍ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ହତ୍ୟା ଧମକ ଦେଇଛି କାନାଡ଼ାରେ ରହୁଥିବା ଅପରାଧୀ ଗୋଲ୍‌ଡି ବ୍ରାର୍‌। ଭାରତୀୟ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇର ଘନିଷ୍ଠ ଭାବେ ଗୋଲ୍‌ଡି ପରିଚିତ। ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ଯାଇଥିବା ବେଳେ ସଲମାନ ଖାନ୍‌ ଏକ କଳା ହରିଣ ଶିକାର କରିଥିବା ଅଭି‌ିଯୋଗ ହୋଇଥିଲା। ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ପୂଜା କରୁଥିବାରୁ ସଲମାନଙ୍କୁ କ୍ଷମା ମାଗିବାକୁ କହିଥିଲା ଲରେନ୍ସ। ତେବେ ସଲମାନ କ୍ଷମା ମାଗିନଥିବାରୁ ତାଙ୍କୁ ହତ୍ୟା କରାଯିବ ବୋଲି ଲରେନ୍ସ କହି ଆସୁଛି। ଅନ୍ୟପକ୍ଷରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗୋଲ୍‌ଡି କହିଛି ସଲମାନଙ୍କୁ ଆମେ ନିଶ୍ଚିତ ଭାବେ ହତ୍ୟା କରିବୁ। ସଲମାନ କ୍ଷମା ମାଗୁନଥିବାରୁ ତାଙ୍କୁ ହତ୍ୟା କରାଯିବ।

Comments are closed.