www.samajalive.in
Friday, December 5, 2025
26.1 C
Bhubaneswar

ବାହାରିନ୍‌ ଓଡିଆ ସମାଜ ଦ୍ୱାରା ଧୂମଧାମରେ ଗଣେଶ ପୂଜା ପାଳିତ

ଭାରତର ପ୍ରତ୍ୟେକ ପ୍ରାନ୍ତରେ ପାଳିତ ହେଉଥିବା ଗଣେଶ ପୂଜାର ସାମାଜିକ, ସାଂସ୍କୃତିକ ମହତ୍ତ୍ୱ  ରହିଛି । ସମାଜରେ ଜ୍ଞାନର ପ୍ରସାର, ବୃଦ୍ଧି ଦିଗରେ ଏହି ଉତ୍ସବର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ପାଳିତ ହେଉଥିବା ଏହି ପୂଜା ଘରେ, ବିଦ୍ୟାଳୟରେ ଅ ନୁଷ୍ଠିତ ହୁଏ।

  ଗଣେଶ ପୂଜାରେ ରାଶି ଲଡ଼ୁ, ମୋଦକ, ନଡ଼ିଆ ପ୍ରଭୃତି ନୈବେଦ୍ୟ ସହ ପୂଜା କରାଯାଏ। ପ୍ରଭୁ ଗଣେଶ କେବଳ ବିଦ୍ୟାଦାତା ନୁହନ୍ତି, ଧର୍ମଦାତା ଓ ସିଦ୍ଧିଦାତା ଭାବରେ ମଧ୍ୟ ଅଗ୍ରପୂଜ୍ୟ ଆସନ ଗ୍ରହଣ କରନ୍ତି। ପ୍ରତ୍ୟେକ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟରେ ଶ୍ରୀ ଗଣେଶଙ୍କୁ ଅଗ୍ରପୂଜ୍ୟ ରୂପେ ପୂଜା କରାଯାଏ। କିନ୍ତୁ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଏ । ପ୍ରତ୍ୟେକ ଅନୁଷ୍ଠାନ ତଥା ଘରେ ମଧ୍ୟ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ। ଏବେ ଦେଶ ବିଦେଶରେ ମଧ୍ୟ ଧୂମଧାମରେ ଗଣେଶ ପୂଜା ପାଳନ କରାଯାଉଛି ।

- Advertisement -

ବାହାରିନ୍ ଓଡ଼ିଆ ସମାଜ ଦ୍ଵାରା ଏ ବର୍ଷ ଗଣେଶ ପୂଜା ଅତି ଧୂମ୍ ଧାମ୍ ସହିତ ବାହାରିନ୍ ସ୍ଥିତ, କୃଷ୍ଣ ମନ୍ଦିରର ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି। ଏଥିରେ ଏକ ହଜାରରୁ ଅଧିକ ଭକ୍ତ ଯୋଗ ଦେଇଥିଲେ। ସନ୍ଧ୍ୟା ରେ ଓଡ଼ିଆ ସମାଜର ଶିଶୁ କଳାକାର ମାନଙ୍କ ଦ୍ଵାରା ଗଣେଶ ଭଜନ, ନାଟ୍ୟ ଓ ଏକକ ଅଭିନୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ଭକ୍ତ ପ୍ରସାଦ ସେବନ କରିବା ସହ ପ୍ରଭୁ ଗଣପତିଙ୍କ ସାନ୍ନିଧ୍ୟ ଲାଭ କରିଥିଲେ ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories