www.samajalive.in
Friday, December 5, 2025
20.1 C
Bhubaneswar

ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଅବ୍ୟବସ୍ଥା, ପାଚେରୀ ଡେଇଁ ଜିଲାପାଳଙ୍କୁ ଅଭିଯୋଗ ପାଇଁ ଆସିଲେ ଅନ୍ତେବାସୀ

ମାଲକାନଗିରି: ବିବାଦରେ ଅନୁସୂଚିତ ଜାତି, ଜନଜାତି ଆଶ୍ରମ ବିଦ୍ୟାଳୟ, ଗତ ଏକ ସପ୍ତାହ ଧରି ପଡିଆ ବ୍ଲକର କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟର ଅବ୍ୟବସ୍ଥାର ଚର୍ଚ୍ଚା ଥମି ନ ଥିବାବେଳେ ପୁଣି ଏକ ନୂଆ ଅଭିଯୋଗ ଆସିଛି। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ଆଶ୍ରମ ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଛନ୍ତି ଏହାର ଅନ୍ତେବାସୀ। ୧୫ରୁ ଉର୍ଦ୍ଧ ଅନ୍ତେବାସୀ ବିଦ୍ୟାଳୟର ପାଚେରି ଡେଇଁ ଜିଲାପାଳଙ୍କ ଆଶ୍ରମର ଅବ୍ୟବସ୍ଥାକୁ ତତ୍କାଳ ସମାଧାନ କରିବାକୁ ନିବେଦନ କରିଛନ୍ତି।
ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟରେ କାର୍ୟ୍ୟରତ ୱାଡେନ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରତି ମାସରେ ଅାଶୁଥିବା ଚାଉଳକୁ ବିକ୍ରି କରୁଛନ୍ତି। ବିଦ୍ୟାଳୟର ନାଳ ସଫା ଭଳି ଅନେକ କାର୍ୟ୍ୟ କରାଉଛନ୍ତି। ଛାତ୍ରାବାସରେ ନିମ୍ନ ମାନର ଖାଦ୍ୟ ଦିଅାଯାଉଛି। ପାନୀୟ ଜଳର ଉଚିତ ବ୍ୟବସ୍ଥା ନାହିଁ। ପାଇଖାନାର ଅବ୍ୟବସ୍ଥା ଆଦି ସମସ୍ୟା ରହିଛି।

ଏ ସମ୍ପର୍କରେ ପୂର୍ବରୁ ଅନ୍ତୋବାସୀମାନେ ଛାତ୍ରାବାସ ପରିଚାଳକ ତଥା ଜିଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ କରିଥିବାର ପ୍ରକାଶ କରିଛନ୍ତି। ତେବେ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନ ଆସିବାରୁ ଛାତ୍ରମାନେ ଆଜି ଛାତ୍ରାବାସର ପାଚେରି ଡେଇଁ ଜିଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ଜିଲା ମଙ୍ଗଳ ଅଧିକାରୀ ଏବଂ ପିଏଆଇଟିଡିଏ ଘଟଣା ସମ୍ପର୍କରେ ଜାଣିବା ପରେ ଅନ୍ତେବାସୀମାନଙ୍କୁ ଡକାଇ ଛାତ୍ରବାସର ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଉକ୍ତ ଘଟଣା ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରାଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା ବେଳେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

- Advertisement -

ତେବେ ମାରିୱାଡା ଆଶ୍ରମ ବିଦ୍ୟାଳୟ ମାଲକାନଗିରି ସଦରମହକୁମା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବାବେଳେ ସେଠାରୁ କିପରି ଅନ୍ତେବାସୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ। ସେଠାରେ ଛାତ୍ରାବାସ ପରିଚାଳକ ଅନ୍ୟ ଜଣେ ଶିକ୍ଷୟାତ୍ରୀ ରହିଥିଲେ। ସେମାନେ କିଭଳି ଅନ୍ତେବାସୀଙ୍କୁ ଯିବା ପାଇଁ ଛାତ୍ରାବାସର ୱାଡେନଙ୍କ ବିରୁଦ୍ଧରେ ଆଣିଥିବା ଅନ୍ତେବାସୀ ସନ୍ଦେହ ଜନକ ଜଣାପଡ଼ିଛି। କୁଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories