www.samajalive.in
Monday, December 8, 2025
27.1 C
Bhubaneswar

ଗଣେଶ ପୂଜା ଭଷାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୭ ଆହତ, ଦୁଇ ଗୁରୁତର

ଫୁଲବାଣୀ:ଶୁକ୍ରବାର ରାତିରେ ଫୁଲବାଣୀ ବ୍ଲକର ସଦର ଥାନା ଅନ୍ତର୍ଗତ ରାମାଡି ଗ୍ରାମରେ ଗଣେଶ ମେଢ ଭାଷାଣିକୁ କେନ୍ଦ୍ର କରି ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହେବା ସହ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଗଣ୍ଡଗୋଳରେ ସାମିଲ ଥିବା ଅଭିଯୋଗରେ ସ୍ଥାନୀୟ ସରପଞ୍ଚଙ୍କ ପୁଅ ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଆଜି ଫୁଲବାଣୀ-ଗୋଛାପଡା ରାସ୍ତାର ଦଡକୀ ଛକରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଗ୍ରାମର ଶତାଧିକ ମହିଳା ସରପଞ୍ଚଙ୍କୁ ଘରୁ ଟାଣି ଆଣି ରାସ୍ତାରେ ବସାଇଥିଲେ। ଦୀର୍ଘ ସମୟ ଧରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ରଖିଥିଲେ। ଖବର ପାଇ ସଦର ଥାନା ଅଧିକାରୀ ସମୀର କୁମାର ରାଉତ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ।

ମିଳିଥିବା ସୂଚନା ଅନୁଯାୟୀ ରାମାଡି ଗ୍ରାମର ଯୁବକ ମାନେ ଗଣେଶ ଭଷାଣିରେ ଯାଉଥିବା ବେଳେ ଦଡକି ଛକରେ କୁଆଡେ ସରପଞ୍ଚଙ୍କ ପୁଅ ଓ ତାଙ୍କର କିଛି ବନ୍ଧୁ ରାମାଡିର ଯୁବକମାନଙ୍କୁ ମାଡ଼ ମାରିଥିଲେ। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଘଟଣାରେ ଏକ ଟ୍ରାକ୍ଟର ଭାଙ୍ଗିବା ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ନ କଲେ ଆଗାମୀ ଦିନରେରେ ପୁଣି ଆନ୍ଦୋଳନ କରାଯିବ ବୋଲି ରାମାଡି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories