www.samajalive.in
Monday, December 8, 2025
14.1 C
Bhubaneswar

ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା ପ୍ରଭୁ ଗଣେଶ : ଜାଣନ୍ତୁ ଏହି ମହତ୍ୱପୂର୍ଣ୍ଣ କଥା

ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨ ତାରିଖରେ ପାଳନ ହେଉଛି। ଯେକୌଣସି ଶୁଭ କାର୍ୟ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଶେଣଙ୍କର ପୂଜା କରାଯାଇଥାଏ। ଘରେ ଏବଂ ବ୍ୟବସାୟ ସ୍ଥଳରେ ଗଣେଶଙ୍କୁ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ମଙ୍ଗଳକାରୀ ଓ ବିଘ୍ନହର୍ତ୍ତା କୁହାଯାଇଥାଏ। କାରଣ ତାଙ୍କର ସମସ୍ତ ଅଙ୍ଗ ଜୀବନରେ ଏକ ନୂତନ ଓ ସଠିକ ରାସ୍ତା ଦେଖାଇଥାଏ।
ଶୁଣ୍ଢ :
ଭଗବାନ ଗଣେଶଙ୍କର ଶୁଣ୍ଢ ସର୍ବଦା ଝୁଲିବା ପରି ରହିଥାଏ। ଏହାଦ୍ବାରା ସେ ସର୍ବଦା ସକ୍ରିୟ ରହିବାର ବାର୍ତ୍ତା ଦେଖଥାନ୍ତି।
ବାର୍ତ୍ତା : ଜୀବନରେ ସର୍ବଦା ସକ୍ରିୟ ରହିବା ଉଚିତ। ସୁଖ ହେଉକି ଦୁଃଖ ହେଉ ସବୁ ସମୟରେ କାର୍ୟ୍ୟ କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିବା ଉଚିତ।
ଛୋଟ ଆଖି :
ଭଗବାନ ଗଣେଶଙ୍କର ଚକ୍ଷୁ ଛୋଟ ଅଟେ। ବୈଜ୍ଞାନିକମାନଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର ଆଖି ଛୋଟ ହୋଇଥାଏ ସେମାନେ ଚିନ୍ତନଶୀଳ ଓ ଗମ୍ଭୀର ସ୍ବଭାବର ହୋଇ ଥାଆନ୍ତି।
ବାର୍ତ୍ତା : ସମସ୍ତ କାର୍ୟ୍ୟକୁ ଗଭୀର ପର୍ୟ୍ୟନ୍ତ ବୁଝନ୍ତୁ। ଏପରି କରିବା ଦ୍ବାରା ଆପଣ ନେଇଥିବା ନିଷ୍ପତ୍ତି ଠିକ ବୋଲି ବିଚାର କରାଯିବ।
ଲମ୍ବା କାନ :
ଭଗବାନ ଗଣେଶଙ୍କର କାନ ବଡ ହୋଇଥାଏ। ବଡ କାନ ଥିବା ବ୍ୟକ୍ତି ଭାଗ୍ୟଶାଳୀ ଓ ଦୀର୍ଘାୟୁ ହୋଇଥାନ୍ତି। ବଡ କାନ ଥିବା ବ୍ୟକ୍ତିମାନେ ସମସ୍ତଙ୍କ କଥାକୁ ଧ୍ୟାନର ସହ ଶୁଣି ଥାଆନ୍ତି। କିନ୍ତୁ ଯେକୌଣସି କାର୍ୟ୍ୟର ନିର୍ଣ୍ଣୟ ନେବା ବେଳେ ନିଜର ବୁଦ୍ଧି ଓ ବିବେକ ବ୍ୟବହାର କରିଥାଆନ୍ତି।

ବଡ ମସ୍ତକ :
ଭଗବାନ ଗଣେଶଙ୍କର ମସ୍ତକ ଅତ୍ୟନ୍ତ ବଡ ହୋଇଥାଏ। ବୈଜ୍ଞାନିକମାନଙ୍କ ଅନୁଯାୟୀ, ବଡ ମସ୍ତକ ଥିବା ବ୍ୟକ୍ତିଙ୍କର ପ୍ରଖର ବୃଦ୍ଧି ଓ ସଭାପତି ହେବାର କ୍ଷମତା ରହିଥାଏ।
ବାର୍ତ୍ତା : ନିଜର ଚିନ୍ତା ଧାରା ସର୍ବଦା ଉଚ୍ଚ ରଖିବା ଉଚିତ।
ବଡ ପେଟ :
ଭଗବାନ ଗଣେଶଙ୍କର ପେଟ ଅଧିକ ବଡ ହୋଇଥାଏ। ସେ ସବୁ ଭଲ ଓ ଖରାପ ଦ୍ରବ୍ୟକୁ ଗ୍ରହଣ କରିଥାନ୍ତି। ଯେକୌଣସି ନିର୍ଣ୍ଣୟ ନେବା ବେଳେ ବୁଝିସୁଝି ନେଇଥାନ୍ତି।
ବାର୍ତ୍ତା : ବଡ ପେଟ ସୁଖର ପ୍ରତୀକ ଅଟେ।
ଏକ ଦନ୍ତ :
ଭଗବାନ ଗଣେଶ ଓ ପର୍ଶୁରାମଙ୍କ ମଧ୍ୟରେ ଥରେ ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ଭଗବାନ ଗଣେଶଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା। ତେଣୁ ତାଙ୍କୁ ଏକ ଦନ୍ତ ବୋଲି ମଧ୍ୟ କୁହାଯାଇଥାଏ। ସେହି ଭଙ୍ଗା ଦାନ୍ତକୁ ଲେଖନୀ ରୂପେ ବ୍ୟବହାର କରି ସେ ମହାଭାରତ ଗ୍ରନ୍ଥ ଲେଖିଥିଲେ।
ବାର୍ତ୍ତା : ଭାଙ୍ଗି ଯାଇଥିବା ଦାନ୍ତରୁ ବାର୍ତ୍ତା ମିଳେ ଯେ, ଆମକୁ ପ୍ରତ୍ୟେକ ଜିନିଷର ସଦୁପଯୋଗ କରିବା ଉଚିତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories