www.samajalive.in
Sunday, November 16, 2025
15.1 C
Bhubaneswar

ଗଣେଶ ଚତୁର୍ଥୀରେ ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ଆପଣାନ୍ତୁ ଏହି ୫ ଉପାୟ

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଏ। ଚଳିତ ବର୍ଷ ଏହା ୨୨ ଅଗଷ୍ଟ(ଶନିବାର)ରେ ପଡ଼ୁଛି। ଏହି ତିଥିରେ ପ୍ରଭୁ ଗଣେଶଙ୍କ ପୂଜା କରିବାର ବିଶେଷ ମହତ୍ୱ ରହିଛି। ଗଣେଶ ଚତୁର୍ଥୀକୁ ବିନାୟକ ଚତୁର୍ଥୀ ମଧ୍ୟ କୁହାଯାଏ। ଶାସ୍ତ୍ରରେ ଉଲ୍ଲେଖ ରହ÷ିଛି ଯେ, ଭଗବାନ ଗଣେଶ ସଙ୍କଟ, କଷ୍ଟ ଓ ଦାରିଦ୍ର୍ୟତାରୁ ମୁକ୍ତି ଦେଇଥାଆନ୍ତି। କୁହାଯାଏ, ଏହିଦିନ ଉଚିତ୍‍ ବିଧି-ବିଧାନ ଅନୁସାରେ ଗଣେଶଙ୍କୁ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଗଣେଶ ପୂଜାରେ ପ୍ରଭୁ ଗଜାନନଙ୍କୁ ପ୍ରସନ୍ନ କରିବା ପାଇଁ ଆପଣାନ୍ତୁ ଏହି ଉପାୟ-

୧. ସିନ୍ଦୁର ଲଗାନ୍ତୁ- ସିନ୍ଦୁର ଭଗବାନ ଗଣେଶଙ୍କର ଖୁବ୍‍ ପ୍ରିୟ। ଗଣେଶ ଚତୁର୍ଥୀ ଦିନ ପ୍ରଭୁଙ୍କୁ ସିନ୍ଦୁର ଲଗାଇବା ଶୁଭ ହୋଇଥାଏ। ଗଜାନନଙ୍କ ମଥାରେ ପ୍ରତ୍ୟେକଦିନ ଲାଲ ସିନ୍ଦୁରରେ ତିଳକ ଲଗାନ୍ତୁ। କୁହାଯାଏ, ଏପରି କରିବା ଦ୍ୱାରା ଅଟକି ଥିବା କାର୍ଯ୍ୟ ସୁରୁଖୁରୁରେ ହୋଇଯାଏ ଏବଂ ଉନ୍ନତି ହୋଇଥାଏ।

- Advertisement -

୨. ଦୂବ ଅର୍ପଣ କରନ୍ତୁ- ପ୍ରଭୁ ଗଣେଶଙ୍କୁ ସବୁଦିନ ପୂଜା ସମୟରେ ଦୂବ ଅର୍ପଣ କରିବା ଉଚିତ। କିନ୍ତୁ ଗଣେଶ ଚତୁର୍ଥୀ ଦିନ ଦୂବ ଅର୍ପଣ କରିବାର ବିଶେଷ ମହତ୍ୱ ରହିଛି। ବିଶ୍ୱାସ ରହିଛି ଯେ, ଏପରି କରିବା ଦ୍ୱାରା ପ୍ରଭୁ ଗଣେଶ ପ୍ରସନ୍ନ ହୋଇଥାଆନ୍ତି ଓ ମନବାଞ୍ଛିତ ବର ପ୍ରଦାନ କରିଥାଆନ୍ତି।

୩. ଲାଲ ପୁଷ୍ପ ଅର୍ପଣ କରନ୍ତୁ- ଶ୍ରୀଗଣେଶଙ୍କୁ ଲାଲ ପୁଷ୍ପ ଅର୍ପଣ କରିବା ଶୁଭ ହୋଇଥାଏ। ଯଦି ଲାଲ ଫୁଲ ମିଳୁନାହିଁ ତାହେଲେ ଯେକୌଣସି ଫୁଲ ଅର୍ପଣ କରିପାରିବେ। ମାତ୍ର ପୂଜା ସମୟରେ ଧ୍ୟାନ ରଖିବେ, ଯେପରି ପ୍ରଭୁ ଗଣେଶଙ୍କୁ ଭୁଲରେ ମଧ୍ୟ ତୁଳସୀ ଅର୍ପଣ କରିବେନାହିଁ।

୪. ଭୋଗ ଲଗାନ୍ତୁ- ଗଣେଶଙ୍କର ଲଡ଼ୁ ଓ ମୋଦକ ଖୁବ୍‍ ପ୍ରିୟ। ତେଣୁ ଗଣେଶ ଚତୁର୍ଥୀ ଦିନ ପ୍ରଭୁଙ୍କୁ ଲଡ଼ୁ ଓ ମୋଦକ ଭୋଗ ଲଗାନ୍ତୁ।

୫. ଆଳତୀ- ଭଗବାନ ଗଣେଶଙ୍କ ପୂଜା ପରେ ଆଳତୀ ନିଶ୍ଚିତ କରନ୍ତୁ। କୁହାଯାଏ, ଏପରି କରିବା ଦ୍ୱାରା ପୂଜାର ଫଳ ଶୀଘ୍ର ପ୍ରାପ୍ତ ହୋଇଥାଏ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories