www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରଥମ ପୂଜ୍ୟ ପ୍ରଭୁ ବିଘ୍ନହର୍ତ୍ତା ; ଜଡ଼ିତ ରହିଛି ଏହି ପୌରାଣିକ କଥା

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨। ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ମଧ୍ୟ ବିଶେଷ ଭାବେ ପୂଜା କରାଯାଇଥାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରଭୁ ଗଣେଶଙ୍କୁ ପ୍ରଥମ ଦେବତା ଭାବରେ ସର୍ବପ୍ରଥମେ ପୂଜା କରାଯାଇଥାଏ। ପ୍ରଭୁ ଗଣେଶ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ପୁତ୍ର । ତାଙ୍କୁ କେଉଁ କାରଣରୁ ପ୍ରଥମେ ପୂଜା କରାଯାଏ, ଏହାକୁ ନେଇ ଏକ ସୁନ୍ଦର କାହାଣୀ ରହିଛି। ଜାଣନ୍ତୁ ତାହା କଣ…….
ଥରେ ପ୍ରଭୁ ଭୋଳାଶଙ୍କର ତାଙ୍କର ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକେୟଙ୍କୁ ପୃଥିବୀ ପରିକ୍ରମା କରିବାକୁ କହିଲେ। ଯିଏ ପ୍ରଥମେ ପରିକ୍ରମା କରିବ ସେ ବିଜେତା ଭାବେ ଘୋଷିତ ହେବ। ଏହା ଶୁଣି କାର୍ତ୍ତିକେୟ ନିଜ ବାହନ ମୟୂରରେ ଉଡ଼ି ଗଲେ। ମାତ୍ର ଗଣେଶ ନିଜ ସ୍ଥାନରେ ଠିଆ ହୋଇ ରହି କିଛି ସମୟରେ ନିଜ ମାତା ପିତା ବସିଥିବା ସ୍ଥାନ ଚାରି ପଟେ ୩ ଥର ବୁଲି ଆସିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଦେବତା ମାନେ ଆଶ୍ଚର୍ୟ୍ୟ ହେଲେ। କିଛି ସମୟ ପରେ କାର୍ତ୍ତିକେୟ ସେଠାରେ ପହଂଚିବା ପରେ ପ୍ରଭୁ ଶିବ ତାହାଙ୍କୁ ପଚାରିଲେ ଗଶେଣ ତୁମେ କଣ ପାଇଁ ପରିକ୍ରମା ନିମନ୍ତେ ଗଲ ନାହିଁ , ସେହି ସମୟରେ ଗଣେଶ ଉତ୍ତର ଦେଲେ ମାତା ପିତା ପୃଥିବୀ ଠାରୁ ମଧ୍ୟ ବଡ଼ ଅଟନ୍ତି ଓ ମାତା ପିତାଙ୍କ ଭିତରେ ସାରା ସଂସାର ସମାହିତ ଅଟେ। ତେଣୁ ମୁଁ ପୃଥିବୀ ପରିକ୍ରମା କରେ ଅଥବା ମାତା ପିତାଙ୍କର, ତାହା ଗୋଟିଏ କଥା। ଏହା ଶୁଣି ସେଠାରେ ଥିବା ଦେବତା ମାନଙ୍କ ସହ ପ୍ରଭୁ ଶିବ ଓ ପାର୍ବତୀ ବହୁତ ଖୁସି ହେଲେ ଏବଂ ଭୋଳା ଶଙ୍କର ଗଣେଶଙ୍କୁ ଆଶୀର୍ବାଦ ଦେଲେ – ପୂଜାର୍ଚ୍ଚନାରେ ତୁମେ ପ୍ରଥମ ଦେବତା ଭାବେ ପୂଜା ପାଇବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories