www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଭୁ ଗଣେଶଙ୍କ ପୂଜାରେ ଆପଣାନ୍ତୁ ଏହି ଉପାୟ

‘’ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ
ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେଷୁ ସର୍ବଦା’’।
ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ପ୍ରଭୁ ଶ୍ରୀଗଣେଶ ଆମ ସଂସ୍କୃତିର ମଙ୍ଗଳମୂର୍ତ୍ତି ଦେବତା ଅଟନ୍ତି। ପ୍ରଭୁଙ୍କୁ ପୂଜା କଲେ ଆମର ଭାବନା, ବ୍ୟବହାର , ଚିନ୍ତନରେ ଉନ୍ନତି ଘଟେ। ପ୍ରଭୁ ଗଣେଶ ଜ୍ଞାନର ଭଣ୍ଡାର ଅଟନ୍ତି। ପ୍ରଭୁଙ୍କ ମଧ୍ୟରେ ସମସ୍ତ ସକାରାତ୍ମକ ଗୁଣ ଓ ଶକ୍ତି ସମାହିତ। ପ୍ରଭୁ ଗଣେଶଙ୍କୁ ସମସ୍ତ ଗୁଣର ସ୍ୱାମୀ ଅଟନ୍ତି। ସମସ୍ତ ଦେବତାଙ୍କ ମଧ୍ୟରେ ଗଣେଶଙ୍କୁ ପ୍ରଥମ ପୂଜନୀୟ ଭାବେ ମାନ୍ୟତା ରହିଛି। ତେଣୁ ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଏ।ସେ ବିଘ୍ନକୁ ନାଶ କରି ଜୀବନର କଷ୍ଟକୁ ଦୂର କରିଥାଆନ୍ତି। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨ ତାରିଖରେ ପାଳନ ହେଉଛି।
ଗଣପତିଙ୍କୁ ଦୁବ ଅଧିକ ପ୍ରିୟ ଅଟେ। ଧବଳ ଅଥବା ସବୁଜ ଦୁବ ଅର୍ପଣ କଲେ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ୩ଟି କିମ୍ବା ୫ଟି ଦୁବରେ ପୂଜା କରିବା ଆବଶ୍ୟକ। ତୁଳସୀ ପତ୍ର ଗଣେଶଙ୍କ ପୂଜାରେ ବ୍ୟବହୃତ ହୋଇ ନଥାଏ। ଅନ୍ୟ ପୁଷ୍ପ ସବୁ ପ୍ରଭୁଙ୍କର ପ୍ରିୟ ଅଟେ। ପୂଜା ପରେ ଥରେ କିମ୍ବା ୩ ଥର ପରିକ୍ରମା କରିବା ଉଚିତ । ଭୋଗରେ ଲଡ଼ୁ,ମୋଦକ, ରାଶି ଲଡ଼ୁ ,ବିଭିନ୍ନ ଫଳ ବ୍ୟବହୃତ ହୋଇପାରିବ। ବ୍ରାହ୍ମଣ ସଠିକ୍‍ ଭାବେ ମନ୍ତ୍ର ପାଠ କରି ପୂଜା ସମ୍ପନ୍ନ କଲେ ବହୁ ଶୁଭ ଫଳ ମିଳିଥାଏ।
ପ୍ରଭୁ ଗଶେଣଙ୍କୁ ମୋଦକ ଖୁବ ପ୍ରିୟ। ଏହି କାରଣରୁ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ମୋଦକ ଭୋଗ ଲଗାନ୍ତୁ। ଶ୍ରଦ୍ଧାସହ ଭୋଗ ଲଗାଇବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ଗଣେଶଙ୍କର ପୂଜାରେ ଘିଅ ଅର୍ପଣ କରିବା ଉଚିତ। ପ୍ରଭୁଙ୍କ ପୂଜାରେ ଘିଅର ଖୁବ ମହତ୍ୱ ରହିଛି। ଘିଅ ଅର୍ପଣ କରିବା ଦ୍ୱାରା ବୁଦ୍ଧି ପ୍ରାପ୍ତି ହୋଇଥାଏ। କାର୍ଯ୍ୟରେ ସଫଳତା ମିଳିଥାଏ।
ପ୍ରଭୁଙ୍କୁ ଚାଉଳ ମଧ୍ୟ ଅର୍ପଣ କରନ୍ତୁ। ଭଙ୍ଗା ଚାଉଳ ଅର୍ପଣ କରନ୍ତୁ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories