ବୁଧବାର କରନ୍ତୁ ଏହି କାର୍ଯ୍ୟ: ପ୍ରସନ୍ନ ହୁଅନ୍ତି ବିଘ୍ନହର୍ତ୍ତା

0

ପୂଜାର୍ଚ୍ଚନାରେ ସମୟରେ ସର୍ବପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ। ବୁଧବାର ଦିନ କିଛି ଏପରି କାର୍ଯ୍ୟ ଅଛି, ଯାହା କଲେ,ଗଣେଶଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।
ପ୍ରତ୍ୟେକ ବୁଧବାର ଦିନ ମନ୍ଦିରକୁ ଯାଇ ୨୧ଟି ଦୁବ ଗଣେଶଙ୍କୁ ଅର୍ପଣ କଲେ ଦୁଃଖ,ଦାରିଦ୍ର୍ୟ ଦୂର ହେବା ସହ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।
ଗାଈଙ୍କୁ ପ୍ରତି ବୁଧବାରରେ ଘାସ ଖାଇବାକୁ ଦେଲେ ସମସ୍ତ କ୍ଲେଶ ଦୂର ହେବା ସହ କର୍ମ କ୍ଷେତ୍ରରେ ସଫଳତା ମିଳିଥାଏ।
ପ୍ରତି ବୁଧବାରରେ ଗଣେଶଙ୍କୁ ସିନ୍ଦୂର ଅର୍ପଣ କଲେ ଜୀବନର ନାନା ସମସ୍ୟା ଦୂର ହୋଇଥାଏ। ଗୃହରେ ସୁଖସମୃଦ୍ଧି ଘଟିବା ସହ ଧନ ବୃଦ୍ଧି ହୋଇଥାଏ।
ପ୍ରତି ବୁଧବାରରେ ବେସନରେ ପ୍ରସ୍ତୁତ ଲଡ଼ୁ ଗଣେଶଙ୍କୁ ଅର୍ପଣ କଲେ ଶିକ୍ଷା କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ହୋଇଥାଏ।
ବୁଧବାରରେ ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି ଆଣି ପୂଜା କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ।

kalyan agarbati
Leave A Reply