ତିବତର ସ୍ୱାଧୀନତା ପାଇଁ ଭାରତ ଅନ୍ତରାଷ୍ଟ୍ରୀୟ ଚାପ ସୃଷ୍ଟି କରୁ : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାତା

0

ଭଦ୍ରକ : ପରମ ପାବନ ଦଲାଇଲାମାଙ୍କର ତିବତ୍‍ରୁ ନିର୍ବାସନର ୬୦ ବର୍ଷ ପୁର୍ତ୍ତି ଅବସରରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ରାଷ୍ଟ୍ରୀୟ ଯୁବ ସଂଗଠନ ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ତବତର ସ୍ୱାଧୀନତା ପାଇଁ ଅନ୍ତରାଷ୍ଟ୍ରୀୟ ଚାପ ସୃଷ୍ଟି କରିବାକୁ ଦାବି କରାଯାଇଛି। ଚୀନ ଦ୍ୱାରା ତିବତରେ ନରସଂହାର, ମହିଳା ମାନଙ୍କ ଅତ୍ୟାଚାର ଘଟଣା ବାବଦରେ ଜାତିସଂଘ ତଥା ଆମେରିକା ସମେତ ବିକଶିତ ଦେଶ ସମୂହଙ୍କ ନୀରବତା ତିବତର ଭବିଷ୍ୟତକୁ ଅନ୍ଧକାର ଦିଗକୁ ଠେଲି ଦେଉଛି। ଦଲାଇଲାମା ଓ ଚୀନ ସରକାରଙ୍କ ମଧ୍ୟରେ ୯ଥର କଥାବାର୍ତ୍ତା ହୋଇଥିଲେ ମଧ୍ୟ ଚୀନ ଏ ସବୁ ଦିଗକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି। ଯାହା ତିବତର ମାନବିକ ଅଧିକାର ଉଲଘଂନ କରୁଥିବା ଆଲୋଚନାରେ କୁହାଯାଇଛି।
ଆଲୋଚନାରେ ଗାନ୍ଧୀବାଦୀ ବିଚାରକ ତଥା ବରିଷ୍ଠ ସାମୁହିକ ଡଃ ସତ୍ୟ ରାୟ, ଭାରତ-ତିବତ ମୈତ୍ରୀ ସସଂଦ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡଃ ବିଶ୍ୱଜିତ ଆଦି ଯୋଗ ଦେଇଛନ୍ତି। ଡଃ ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ତୁଷାରକାନ୍ତି ମହାନ୍ତି, ଶାନ୍ତୁନୁ ରାଉତ, ଡଃ ରାଧାରାଣୀ ରାଉତ, ଉମର ଅଲ୍ଲୀ, ଅବଦୁଲ ସଲାମ, ଗୋଲକ ପାଣ୍ଡିଆ ଆସି ସଭାରେ ଉପସ୍ଥିତ ଥିଲେ।

kalyan agarbati
Leave A Reply