www.samajalive.in
Monday, December 15, 2025
16.1 C
Bhubaneswar

ନିଖିଳ ଉତ୍କଳ ପିଇଓ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଢେଙ୍କାନାଳ ସଦର : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଓଡ଼ିଶାର ଡାକରାକ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ ୮ଟି ବ୍ଲକର ୧୩୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଳିତ ମାସ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଗ୍ରାମପଞ୍ଚାୟତ ସ୍ତରରେ ଓଡ଼ିଶା ସରକାରଙ୍କ ୨୯ଗୋଟି ଯୋଜନାକୁ ସଫଳ ରୂପାୟନ କରି ଚାଲୁଥିଲେ ମଧ୍ୟ ଦଶନ୍ଧି ଦଶନ୍ଧି ଧରି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ନିଜର ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ନିକଟରେ ବହୁବାର ଦାବି ପୂରଣ ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦାବି ପୂରଣ ହୋଇନାହିଁ ‌। ଯଦି ସରକାର ସଂଘର ଏହି ଦୁଇଟି ଦାବି ଯଥା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +୨ ରୁ +୩ କରିବା ସହିତ ଦରମା ହାର ଲେବୁଲ-୫ରୁ ଲେବୁଲ-୯କୁ ଧାର୍ଯ୍ୟ କରିବା ଓ ନୂତନ ପଦବୀ ସୃଷ୍ଟି କରି ୧୦ବର୍ଷ କାର୍ଯ୍ୟ ସମ୍ପନ୍ନ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜିପିଡିଓ ପଦବୀରେ ଶତପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ ଓପିଆରଏସ କାଡ଼ର୍ ରୁଲରେ ଅନ୍ତର୍ଭୁକ୍ତ କରିବା। ଏହି ଗଣଧାରଣାରେ ଜିଲ୍ଲା ସଭାପତି ସୁବ୍ରତ କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଓଡ଼ାପଡ଼ା ବ୍ଲକ ସଭାପତି ବିଶ୍ବନାଥ ପାଣି, ଗଁଦିଆ ବ୍ଲକ ସଭାପତି ଅନ୍ତର୍ଯ୍ୟାମୀ ବାରିକ, ହିନ୍ଦୋଳ ବ୍ଲକ ସଭାପତି ଦିନେଶ ଚନ୍ଦ୍ର ସାମଲ, କଙ୍କଡ଼ାହାଡ଼ ବ୍ଲକ ସଭାପତି ପ୍ରତାପ ଚନ୍ଦ୍ର ଦାସ, କାମାକ୍ଷାନଗର ବ୍ଲକ ସଭାପତି ଶୁସାନ୍ତ ସ୍ବାଇଁ, ଭୂବନ ବ୍ଲକ ସଭାପତି ବିନୋଦ କୁମାର ସାହୁ, ସଦର ବ୍ଲକ ସଭାପତି ସୁନିଲ କୁମାର ପରିଡ଼ା, ପରଜଙ୍ଗ ବ୍ଲକ ସଭାପତି ମୁନା ସୋରେନ୍। ଷ୍ଟେଟ୍ କାଉନସିଲ୍ ମେମ୍ବର ରତ୍ନାକର ଲେଙ୍କା, କୃଷ୍ଣ ଚନ୍ଦ୍ର ସାହୁ ଓ ସମସ୍ତ ବ୍ଲକର ନିର୍ବାହୀ ଅଧିକାରୀମାନେ ସାମିଲ ହୋଇଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories