BJD Bijuli 480×75 Mob

ସାହସିକତା ପୁରସ୍କାର ଓ ସେବା ପଦକ ପ୍ରଦାନ କଲେ ରାଷ୍ଟ୍ରପତି

BJD Bijuli 480×75 Mob
0

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନଠାରେ ମଙ୍ଗଳବାର ଅନୁଷ୍ଠିତ ଏକ ସମାରୋହରେ ତିନି ସଶସ୍ତ୍ର ବାହିନୀର ବହୁ ଅଧିକାରୀ ତଥା ଯବାନଙ୍କୁ ସାହସିକତା ପୁରସ୍କାର ଏବଂ ସେବା ପଦକ ପ୍ରଦାନ କରିଛନ୍ତି। ଏହି ଅବସରରେ ମେଜର ଡେଭିଡ୍‌ ମାନଲୁନ ଏବଂ ମେଜର ସତୀଶ ଦହିୟାଙ୍କୁ ରାଷ୍ଟ୍ରପତି ମରଣୋତ୍ତର ‘କୀର୍ତ୍ତି ଚକ୍ର’ ଏବଂ ‘ଶୌର୍ଯ୍ୟଚକ୍ର’ରେ ସମ୍ମାନିତ କରିଛନ୍ତି। ଉତ୍ତର ନାଗାଲାଣ୍ଡରେ ଆତଙ୍କବାଦୀ ମୁକାବିଲାରେ ସହିଦ ହେବା ପୂର୍ବରୁ ମାନଲୁନ ୩ ଆତଙ୍କବାଦୀଙ୍କୁ ମାରିଦେଇଥିଲେ। ସେହିଭଳି ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ମୁକାବିଲା ସମୟରେ ଦହିୟା ସହିଦ ହୋଇଥିଲେ। ରାଷ୍ଟ୍ରପତି କୋବିନ୍ଦଙ୍କ ଦ୍ୱାରା ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଥିବା ସହିଦମାନେ ହେଲେ ଅନ୍ୟ ନାଏକ ଚନ୍ଦ୍ର ସିଂହ, ଜାମ୍ମୁ କାଶ୍ମୀର ପୁଲିସର କନଷ୍ଟେବଳ ମଞ୍ଜୁର ନାଏକ, ସର୍ଜେଣ୍ଟ ମିଲିନ୍ଦ ଖେରନାର ଏବଂ କାର୍ପୋରାଲ ନୀଲେଶ କୁମାର ନାୟାମ। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ।
କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‌ପିଏଫ୍‌)ର କମାଣ୍ଡର ଚେତନ କୁମାର ଚିତା ଏବଂ ଜାମ୍ମୁ କାଶ୍ମୀରର ପଦାତିକ ବାହିନୀର ମେଜର ବିଜୟନ୍ତ ବିଷ୍ଟଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। ୨୦୧୭ରେ ଜାମ୍ମୁ କାଶ୍ମୀରର ବନ୍ଦିପୋରା ଜିଲାରେ ଆତଙ୍କବାଦୀ ଦମନ ଅଭିଯାନ ବେଳେ ଚିତା ଗୁରୁତର ଆହତ ହୋଇ ନିଜର ଏକ ଚକ୍ଷୁ ହରାଇଛନ୍ତି। ମାଓବାଦୀଙ୍କ ସହିତ ବୀରତ୍ୱର ସହିତ ଲଢିଥିବା ସିଆର୍‌ପିଏଫ୍‌ର ସହାୟକ କମାଣ୍ଡାଣ୍ଟ ଚନ୍ଦନ କୁମାର, ଆନ୍ଧ୍ର ପୁଲିସର ଆସିଷ୍ଟାଣ୍ଟ ଆସଲ୍ଟ କମାଣ୍ଡର ପି. ତ୍ରିନାଧ ରାଓ ଏବଂ ବରିଷ୍ଠ କମାଣ୍ଡୋ ଚିକ୍କମ୍‌ ଜି. ବି. ରାମଚନ୍ଦ୍ରନ ରାଓଙ୍କୁ ରାଷ୍ଟ୍ରପତି ଶୌର୍ଯ୍ୟରେ ସମ୍ମାନିତ କରିଛନ୍ତି। ଏଥିସହ ମେଜର ଅଭିନବ ଶୁକ୍ଳା, ମେଜର ରୋହିତ୍‌ ଶୁକ୍ଳା, ଗନର୍‌ ଋଷି କୁମାର ରାଏ, ସିପାହି ଆରିଫ ଖାନ୍‌ ଏବଂ ଲାନ୍ସ ନାଏକ ବଢେର ହୁସେନ୍‌ ତଥା ହାବିଲଦାର ମୁବାରକ ଅଲ୍ଲିଙ୍କୁ ମଧ୍ୟ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି।
ଅସାଧାରଣ ପରିସ୍ଥିତିରେ କର୍ତ୍ତବ୍ୟ ନିର୍ବାହ ନିମନ୍ତେ ସେନା, ନୌସେନା ଏବଂ ବାୟୁ ସେନାର ୧୪ ଜଣ ବରିଷ୍ଠ ଅଧିକାରୀଙ୍କୁ ରାଷ୍ଟ୍ରପତି ପରମ ବିଶିଷ୍ଟ ସେବା ପଦରେ ସମ୍ମାନିତ କରିଛନ୍ତି। ଲେପ୍ଟନାଣ୍ଟ ଜେନେରାଲ ଅଜୟ କୁମାର ଶର୍ମାଙ୍କୁ ଉତ୍ତମ ଯୁଦ୍ଧ ସେବା ପଦକ ଏବଂ ତିନି ସଶସ୍ତ୍ର ବାହିନୀର ୨୨ ବରିଷ୍ଠ ଅଧିକାରୀଙ୍କୁ ଅତି ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯାଇଛି। ଏମାନଙ୍କ ମଧ୍ୟରେ ମେଜର ଜେନେରାଲ ମାଧୁରୀ କନିତକର ଅଛନ୍ତି। ଏହି ପଦକ ଲାଭ କରିବାରେ ମାଧୁରୀ ହେଉଛନ୍ତି ଏକମାତ୍ର ମହିଳା ଅଧିକାରୀ। ଶିଶୁ ତଥା ବୃକ୍‌କ ରୋଗ ବିଶେଷଜ୍ଞ ମେଜର ଜେନେରାଲ ମାଧୁରୀ ସଶସ୍ତ୍ର ବାହିନୀ ମେଡିକାଲ କଲେଜର ପ୍ରଥମ ଡିନ୍‌ ଅଟନ୍ତି।

Leave A Reply