ରାଜପଥରେ ଗଜରାଜ , ଭୟରେ ଗ୍ରାମବାସୀ
ବୌଦ୍ଧ- : ବୌଦ୍ଧ ସଦର ଥାନା ଅନ୍ତର୍ଗତ ବଲାସିଂଗା ଗ୍ରାମନିକଟରେ ଯାଇଥିବା ରାଜରାସ୍ତାରେ ରାତିରେ ଜଙ୍ଗଲୀ ରାତି ବିଚରଣ କରୁଥିବା ଦେଖିବା ପାଇଁ ମିଳିଛି । ଏହା ମହାନଦୀ ପାର ହୋଇ ୫୭ ନମ୍ବର ଜାତୀୟ ରାଜପଥକୁ ଆସିଥିଲା । ପରେ ଏହା ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲେ ।
ଗ୍ରାମବାସୀ ତଥା ଯାତ୍ରୀମାନେ ଭୟଭୀତ ହେବା ସହ ବନବିଭାଗକୁ ଖବର ଦେଇଥିଲେ । ହାତୀକୁ ଦେଖି ରାଜପଥର ଦୁଇ ପଟେ ହଜାର ହଜାର ସଂଖ୍ୟାରେ ଗାଡି ଅଟକି ରହିଥିଲା । ବନବିଭାଗ ପକ୍ଷରୁ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରାଯାଇଥିଲା ।
ହାତୀଟି ବଲାଶୀଙ୍ଗା ଠାରୁ ପୁଢ଼ିଆକୁତା ଗ୍ରାମ ଓ ବଢ଼ି ଗାଁ ନିକଟ ଦେଇ ମୁଖ୍ୟ ସଡ଼କ ଦେଇ ବଘିଆପଡ଼ା ଜଙ୍ଗଲ ମୁହାଁ ହୋଇଥିବା ସୂଚନା ମିଳିଛି । ଵନ ବିଭାଗ କର୍ମଚାରୀ ମାନେ ହାତୀ କୁ ପିଛା କରିବା ସହ ଲୋକଙ୍କୁ ସତର୍କ କରାଉଥିବା ଓ ହାତୀ କୁ ଜଙ୍ଗଲ ଆଡ଼କୁ ଘଉଡାଉଥିବା ଜଣା ଯାଇଛି ।
Comments are closed.