ଗଜପତି: ୬୬୨ ଆଙ୍ଗୋଲିଆ ସଙ୍ଘର ଡାକରାରେ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଗ୍ରେଡ଼ପେରେ ପାତର ଅନ୍ତରକୁ ବିରୋଧ କରି ଗଜପତି ଜିଲ୍ଲା ତରଫରୁ ରାଜ୍ୟ ନେତୃତ୍ୱଧାରୀ ଗୋଲକ ନାୟକ, ସତାବୁଦିନ ଅହମଦ, ଗଗନ ବେଉରିଆ, ରଞ୍ଜନ ପ୍ରଧାନ, ଅନିଲ ତ୍ରିପାଠୀ, ଜିଲ୍ଲା ସଭାପତି ରବି ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ ଓ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ ଓ କର୍ମଚାରୀ ମାନେ ଯୋଗ ଦେଇ ଆସନ୍ତାକାଲି ରବିବାର ଦିନ ଭୁବନେଶ୍ୱରସ୍ଥିତ ଲୋଏର ପିଏମଜି ଛକ ଠାରେ ଏକତ୍ରିତ ହୋଇ ସମାନ କାମକୁ ସମାନ ଦରମା ଯୋଗାଇଦେବା ପାଇଁ ସରକାରଙ୍କ ନିକଟରେ ଦାବୀ କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସମାବେଶରେ ବହୁ ସଂଖ୍ୟାରେ ଗଜପତିଜିଲ୍ଲା ୬୬୨ ବର୍ଗର ସମସ୍ତ କର୍ମଚାରୀ ମାନେ ଯୋଗ ଦେବା ପାଇଁ ଗଜପତି ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।
Popular Categories



