କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦୀଙ୍କ ୭୨ତମ ଜନ୍ମଦିନ ପାଳନ କରାଯାଇଛି। ଏ ଅବସରରେ ସିକରପାଇ ଠାରେ ସମସ୍ତ ବିଜେପି କର୍ମୀ ଏକତ୍ରିତ ହୋଇ ସ୍ଥାନୀୟ ଶିବ ମନ୍ଦିରରେ ମୋଦୀଙ୍କ ଫଟୋ ଚିତ୍ର ଧରି ତାଙ୍କ ନାମରେ ଦୀପ ଲଗାଇ ତାଙ୍କର ଦୀର୍ଘାୟୁ କାମନା କରିଥିଲେ।ସେହିପରି ସଦର ମହକୁମା ଠାରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ କର୍ମୀ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଦୀପ ଜାଳି ଦୀର୍ଘାୟୁ କାମନା କରିବା ସହ ମନ୍ଦିର ପରିସର ସଫେଇ କରି ଗରିବ ଓ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ମାଝୀଗୁଡା ଓ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ କଲ୍ୟାଣସିଂହପୁର ମଣ୍ଡଳ ତରଫରୁ ଫଳ ବଣ୍ଟନ କରାଯାଇଛି।
Popular Categories



