www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର     

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ଠାରୁ ଅକ୍ଟୋବର ଦୁଇ ପର୍ଯ୍ୟନ୍ତ ରାଜ୍ୟ ବିଜେପି ଯୁବ ମୋର୍ଚା ପକ୍ଷରୁ ସେବା ସପ୍ତାହ ପାଳନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ଉପଲକ୍ଷେ ଅନୁଷ୍ଠିତ ଶିବିରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଶତ୍ରୁଘ୍ନ ଜେନା,ରାଜ୍ୟ ଯୁବମୁର୍ଚ୍ଛା ସାଧାରଣ ସମ୍ପାଦକ ଦିପକ ଗୋଛାୟତ, ଲୋକସଭା ମଣ୍ଡଳୀ ସଂଯୋଜକ ପ୍ରେମାନନ୍ଦ ଜେନା, ରଂଜିତ ସାହୁ, କୁଆଳୋ ମଣ୍ଡଳ ସଭାପତି ଦୟାନିଧି ସାହୁ, ରସାନନ୍ଦ ଦେହୁରୀ ଏବଂ ସ୍ଥାନୀୟ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହି ରକ୍ତଦାନରେ ଉସ୍ଛାହିତ କରିଥିଲେ । ଏହି ଶିବିରରେ ଢେଙ୍କାନାଳ ରକ୍ତ ଭଣ୍ଡାର ଡାକ୍ତର ଜୟନାରାୟଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଲବରୋଟାରି ଟେକନିସିଆନ ପରମାନନ୍ଦ ପଣ୍ଡା, ରାକେଶ କୁମାର ବେହେରା,ତପନ ଜେନା, ଅଜୟ ସ୍ୱାଇଁ ପ୍ରମୁଖ ୭୮ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟରେ ଉପଖଣ୍ତ ଡାକ୍ତରଖାନାରେ ଫଳ ବଣ୍ଟନ କରାଯାଇଥିଲା । ଏହି ସେବା ସପ୍ତାହ ପାଳନ ଲକ୍ଷେ ଆଗାମୀ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରକ୍ତଦାନ, ବୃକ୍ଷରୋପଣ, ସ୍ଵଛଭାରତ, ରୋଗୀଙ୍କୁ ଫଳ ବଣ୍ଟନ ଭଳି ଗୋଟିଏ ଲେଖାଏଁ ସେବା କାର୍ଯ୍ୟ କରାଯିବ ବୋଲି ଉପସ୍ଥିତି ବିଜେପି ନେତା ସୂଚନା ଦେଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories