www.samajalive.in
Saturday, December 6, 2025
15.1 C
Bhubaneswar

ମୋହନାରେ ଧର୍ମଜାଗରଣ ସନ୍ଥ ପଦଯାତ୍ରା

ମୋହନା : ଗଜପତି ଜିଲ୍ଲା ମୋହନାରେ ଓଡିଶା ଏକଲ ଅଭିଯାନ ପକ୍ଷରୁ ଧର୍ମଜାଗରଣ ସନ୍ଥ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ଆସିଥିବା ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରୀୟ ମାର୍ଗ ଦର୍ଶନ ମଣ୍ଡଳୀ ସଦସ୍ୟ ତଥା କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମର ପୂଜ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଜି ମହାରାଜ ଏକ ସାଧାରଣ ସଭାରେ ଯୋଗ ଦେଇ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଛନ୍ତି। ବନବାସୀ ଅଂଚଳରେ ଲୋକେ କିଭଳି ଶିକ୍ଷା, ସଂସ୍କାର, ସ୍ୱାବଲମ୍ବୀ ଓ ସ୍ୱାଭୀମାନ ହୋଇପାରିବେ ସେଥିପାଇଁ ସ୍ୱାମି ଲକ୍ଷ୍ମଣାନନ୍ଦ ଜୀବନ ବ୍ୟାପି ସାଧାନା କରିଛନ୍ତି। ଏଥିପାଇଁ ତାଙ୍କୁ ବଳିଦାନ ଦେବାକୁ ପଡିଛି। ତେଣୁ ତାଙ୍କର ସ୍ୱପ୍ନକୁ ସାକାର କରିବା ସହ ଧର୍ମଜାଗରଣ ପାଇଁ ସ୍ୱାମୀ ଜୀବନମୁକ୍ତାନନ୍ଦ ପଦଯାତ୍ରାରେ ବାହାରିଥିବା କହିଛନ୍ତି। ସ୍ୱାମିଜୀ ସୋମବାର କେରାଖାଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାରୁ ପଦଯାତ୍ରାରୁ ବାହାରିଥିଲେ। ମଙ୍ଗଳବାର ମୋହନା କଲେଜ ଛକଠାରେ ଶତାଧିକ ଲୋକ ତାଙ୍କୁ ସ୍ୱାଗତ କରିବା ସହ ଏକ ବାଇକ୍ ଶୋଭାଯାତ୍ରାରେ ମୋହନା ବଜାର ପରିକ୍ରମା କରି ଶିବ ମନ୍ଦିରରେ ଆୟୋଜିତ ସଭାସ୍ଥଳକୁ ପାଛୋଟି ନେଇଥିଲେ। ଗତ ଜୁନ୍‍ ୧ ରୁ ଜଲେଶପଟ୍ଟା ଆଶ୍ରମରୁ ସ୍ୱାମୀଜୀ ପଦଯାତ୍ରାରେ ବାହାରିଥିବା ବେଳେ ୨୦୧୯ ଜୁନ ୧ ରେ ବେଦବ୍ୟାସରେ ତାଙ୍କ ଯାତ୍ରା ସମାପ୍ତ ହେବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories