www.samajalive.in
Friday, December 5, 2025
23.1 C
Bhubaneswar

 ବଳକା ସିଟ୍ ପାଇଁ  ବୁଧବାରଠାରୁ ଆବେଦନ

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷା ବର୍ଷ ଲାଗି ୨୦୦୧ଟି ଜୁନିୟର କଲେଜରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପକ୍ରିୟା ଶେଷ ହୋଇଛି । ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ପାଇଁ ସ୍ପଟ ନାମଲେଖା ହୋଇଥିଲା। ତଥାପି ବିଭିନ୍ନ ଜୁନିୟର କଲେଜରେ ସିଟ୍ ଖାଲି ପଡ଼ିବାରୁ ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଆସନ୍ତାକାଲି  ଅର୍ଥାତ ବୁଧବାରଠାରୁ ପୁଣି ଆରମ୍ଭ ହେବ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ଯେଉଁ ଛାତ୍ରଛାତ୍ରୀ ୨୦୧୮ଇନଷ୍ଟାଣ୍ଟ ପରୀକ୍ଷାରେ ପାସ୍ କରିଛନ୍ତି ଏବଂ ପୂର୍ବରୁ ନାମଲେଖା ଲାଗି ଆବେଦନ କରି ନଥିବେ ସେମାନେ ଏହି ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇ ପାରିବେ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ତାରିଖ ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୧୦ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ।   ପରେ ୧୧ରୁ୧୪ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବ।

ରାଜ୍ୟରେ ୨୦୦୧ ଜୁନିୟର କଲେଜରେ ୪,୭୮,୦୪୭ଟି ସିଟ୍ ରହିଛି । ଚଳିତବର୍ଷ ୪,୨୪,୩୨୭ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିରୁ ୧୫୯୬ଟି ଜେନେରାଲ କଲେଜ ଲାଗି ମୋଟ୍  ୩ଲକ୍ଷ୯୮ହଜାର ୧୫୭ଜଣ ଆବେଦନ କରିଥିବା ବେଳେ ଧନ୍ଦାମୂଳକ ଶିକ୍ଷାଲାଗି ୧୨ହଜାର ୧୦୪ଜଣ ଓ ସଂସ୍କୃତ କଲେଜ ଲାଗି ୧୪ହଜାର ୬୬ଜଣ ଆବେଦନ କରିଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ଅବେଦନକାରୀଙ୍କ ସଂଖ୍ୟାକମ୍ ରହିଛି।

- Advertisement -

ସେହିପରି ରାଜଧାନୀରେ ଥିବା ପ୍ରମୁଖ ୧୫ଟି କଲେଜରେ ମଧ୍ୟ ସମସ୍ତ ସିଟ୍ ପୂରଣ ହୋଇପାରି ନାହିଁ। ରାଜଧାନୀରେ ଥିବା ଜୁନିୟର କଲେଜର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ୍ ୧୧୬୯ଟି ସିଟ୍ ଖାଲି ପଡିଛି । କଳାରେ ୧୦୭ଟି ,ବିଜ୍ଞାନରେ ୮୩୪ଟି ଓ ବାଣିଜ୍ୟରେ୨୨୮ଟି ସିଟ୍ ଖାଲି ରହିଛି।

ତେବେ ବିଜେବିରେ କେବଳ କଳାରେ ୪ଟି ସିଟ୍ ଖାଲି ପଡିଥିବାବେଳେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ କୌଣସି ସିଟ୍ ଖାଲି ନାହିଁ। ରମାଦେବୀରେ କଳାରେ୧୧ଟି, ବିଜ୍ଞାନରେ ୪ଟି ଓ ବାଣିଜ୍ୟରେ ଗୋଟିଏ ସିଟ ଖାଲି ଥିବାବେଳେ ବେସିକ ସାଇନ୍ସରେ ୧୬ଟି ସିଟ୍ ଖାଲି ଖାଲି ରହି ଥିବା ଜଣା ପଡିଛି ।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories