www.samajalive.in
Saturday, December 6, 2025
15.1 C
Bhubaneswar

ସ୍ତ୍ରୀ’କୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଲୋକମାନେ ନିଜର କିମ୍ବା ନିଜ ଅଞ୍ଚଳର ବିଭିନ୍ନ ଅଭାବ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖୁଥିବା ଆପଣ ଶୁଣିଥିବେ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ବିଷୟରେ ଜଣାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ମଧ୍ୟପ୍ରଦେଶର ଭୈରୁପୁରା ଗାଁ’ର ଜଗଦୀଶ ପ୍ରସାଦ ନିଜ ବୈବାହିକ ଜୀବନକୁ ନଷ୍ଟ ହେବାରୁ ବଞ୍ଚାଇବାକୁ ଓ ବାପଘରକୁ ପଳାଇଥିବା ନିଜ ସ୍ତ୍ରୀକୁ ଫେରାଇ ଆଣିବାର ଗୁହାରୀ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେ ଏପରି କରିବାର କାରଣ, ବିନା ପୁଲିସର ହସ୍ତକ୍ଷେପରେ ସେ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣିବାକୁ ଚାହୁଁଥିଲେ। ଏପରି କରି ସେ ତାଙ୍କ ଉଜୁଡ଼ା ଘରକୁ ପୁଣି ସଜାଡ଼ି ପାରିବାର ନେଇ ଆଶା ରଖିଛନ୍ତି ବୋଲି କହିଛନ୍ତି।

ଜଗଦୀଶଙ୍କ ବିବାହ ୭ ଜୁଲାଇ ୨୦୧୮ ରେ ବିହାରର ମୀରାଙ୍କ ସହିତ ହୋଇଥିଲା। ବିବାହର ୧୨ ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍‍ ଚାଲିଥିଲା। ଏହାପରେ ମୀରା ସ୍ୱାମୀଙ୍କର କୌଣସି କଥାରେ ଅଭିମାନ କରି ବାପଘରକୁ ପଳାଇଥିଲେ। ଜଗଦୀଶଙ୍କ କହିବା ଅନୁସାରେ ମୀରା ଆଉ ତାଙ୍କ ପାଖକୁ ଫେରିବାକୁ ଚାହୁଁ ନାହାନ୍ତି। ରାଗରେ ସେ ଫୋନ୍‍ ମଧ୍ୟ ଉଠାଇବା ବନ୍ଦ କରି ଦେଇଛନ୍ତି। ଜଗଦୀଶଙ୍କ କହିବା ଅନୁସାରେ, ପିଏମ୍‍ ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମରେ ସମସ୍ତଙ୍କ ଗୁହାରୀ ଶୁଣିଥାଆନ୍ତି। ତେଣୁ ତାଙ୍କ ବିଶ୍ୱାସ ଚିଠି ପାଇବା ପରେ ସେ ତାଙ୍କ ଗୁହାରୀ ନିଶ୍ଚୟ ଶୁଣିବେ। ଚିଠିରେ ଜଗଦୀଶ କିଛି ଗ୍ରାମବାସୀଙ୍କର ଦସ୍ତଖତ ମଧ୍ୟ କରାଇଛନ୍ତି।

- Advertisement -

ଜଗଦୀଶଙ୍କ କହିବା ଅନୁସାରେ, ୨୦୧୮ରେ ଗାଁ’ର ଅନ୍ୟ ଜଣେ ବ୍ୟକ୍ତି ପିଏମ୍‍ଙ୍କୁ ଚିଠି ମାଧ୍ୟମରେ ଆର୍ଥିକ ସହାୟତା ପାଇଁ ଗୁହାରୀ କରିଥିଲେ। ଏହାପରେ ପିଏମ୍‍ଓ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ନିକଟରେ ତାଙ୍କ ଆବେଦନ ପହଞ୍ଚିଥିଲା ଓ ସ୍ଥାନୀୟ ପ୍ରଶାସନ ତାଙ୍କୁ ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହାକୁ ଦେଖି ସେ ମଧ୍ୟ ତାଙ୍କ ବୈବାହିକ ଜୀବନର ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories