www.samajalive.in
Sunday, December 7, 2025
26.1 C
Bhubaneswar

ଅଧିକାରୀଙ୍କୁ ଗଡ଼କରୀଙ୍କ ଚେତାବନୀ; ୮ ଦିନରେ କାମ ସାର, ନଚେତ୍‌ ଲୋକଙ୍କୁ କହିବି ପିଟିବେ

ନୂଆଦିଲ୍ଲୀ: ଲୋକଙ୍କର ଯାହା କାମ ମିଳୁଛି ତାହାକୁ ୮ ଦିନ ଭିତରେ ଶେଷ କର। ନଚେତ୍‌ ଲୋକଙ୍କୁ କହିବି, ସେମାନେ ପିଟିବେ। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ଏଭଳି ମନ୍ତବ୍ୟ ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ନାଗପୁରଠାରେ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ଆୟୋଜିତ ଏକ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେବା ଅବସରରେ ଗଡ଼କରୀ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯଦି ସେମାନେ ୮ଦିନରେ କାମ ସାରିବେ ନାହିଁ, ତା’ହେଲେ ସେ ଲୋକଙ୍କୁ କହିବେ ଆଇନକୁ ହାତକୁ ନେଇ ଅଧିକାରୀଙ୍କୁ ପିଟ।

ପ୍ରକୃତରେ ସରକାରୀ କାର୍ଯ୍ୟକାଳୟରେ ଅନେକ କାର୍ଯ୍ୟ ସରି ନ ପାରି ନାଲିଫିତା ତଳେ ପଡ଼ିରହୁଛି। ଏଥିପ୍ରତି ଅସନ୍ତୋଷ ବ୍ୟକ୍ତ କରି ଗଡ଼କରୀ ଏଭଳି କହିଥିବା ଜଣାପଡ଼ିଛି।

- Advertisement -

ଗଡ଼କରୀ କହିଥିଲେ, ଆମ ପାଖରେ ଏହି ନାଲିଫିତା କାହିଁକି ରହିଛି। ମୁଁ ଲୋକଙ୍କ ଦ୍ବାରା ନିର୍ବାଚିତ ହୋଇଛି। ମୁଁ ଲୋକଙ୍କ ପାଖରେ ଉତ୍ତରଦାୟୀ। ଯଦି କୌଣସି ସରକାରୀ କର୍ମଚାରୀ ଲାଞ୍ଚ ନେଉଛି, ଚୋରି କରୁଛି, ତେବେ ମୁଁ ତାଙ୍କୁ ଚୋର ବୋଲି କହିବି। ଏହି ଅବସରରେ ସେ କହିଥିଲେ, ଆଜି ମୁଁ ଆରଟିଓ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲି। ଏଥିରେ ନିର୍ଦେଶକ ଏବଂ ପରିବହନ କମିଶନର ଅଂଶଗ୍ରହଣ କରିଥିଲେ। ମୁଁ ସେମାନଙ୍କୁ ବି କହିଲି, ଆପଣମାନେ ୮ ଦିନ ଭିତରେ କାମ ଶେଷ କରନ୍ତୁ। ଅନ୍ୟଥା ମୁଁ ଲୋକମାନଙ୍କୁ କହିବି ଆଇନକୁ ହାତକୁ ନେଇ ମାଡ଼ ମାର। ମୋ ଶିକ୍ଷକମାନେ ମୋତେ ଏହି ଶିକ୍ଷା ଦେଇଛନ୍ତି ଯେ, ଯେଉଁ ବ୍ୟବସ୍ଥା ଲୋକଙ୍କୁ ନ୍ୟାୟ ଦେଇପାରୁ ନାହିଁ ତାହାକୁ ଉପାଡ଼ି ଫିଙ୍ଗିଦିଅ। ଗଡ଼କରୀ ଅଧିବେଶନରେ ଭାଗନେବାକୁ ଆସିଥିବା ଉଦ୍ୟୋଗୀମାନଙ୍କୁ ବିନା ଡରରେ ନିଜର ବ୍ୟବସାୟ ସମ୍ପ୍ରସାରଣ କରିବାକୁ କହିଥିଲେ। ଅଧିକାରୀମାନେ ବ୍ୟବସାୟୀମାନଙ୍କୁ ହଇରାଣ ହରକତ କରିପାରିବେ ନାହିଁ ବୋଲି ଗଡ଼କରୀ କହିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories