www.samajalive.in
Monday, December 15, 2025
15.1 C
Bhubaneswar

ପ୍ରବଳ ବର୍ଷାରେ ବିଦ୍ୟାଳୟ ଜଳାର୍ଣ୍ଣବ, ପାଠପଢ଼ା ବ୍ୟାହତ

ଜି.ଉଦୟଗିରି: ବିଦ୍ୟାଳୟ ପରିବେଶକୁ ସ୍ବଚ୍ଛ ଏବଂ ସୁନ୍ଦର ରଖି ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବା ସହ ଆଧୁନିକ ପ୍ରଣାଳିରେ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ୫-ଟି ଯୋଜନାରେ ଏବେ ବିଦ୍ୟାଳୟ ନିର୍ମାଣ କରୁଛନ୍ତି। କନ୍ଧମାଳ ଜିଲା ରାଇକିଆ ପଞ୍ଚାୟତ ସମିତି ଅନ୍ତର୍ଗତ ଆଡାଶିକୁପା ପଞ୍ଚାୟତ ସ୍ଥିତ ଜୀବନଜ୍ୟୋତି ଉଚ୍ଚ ବିଦ୍ୟାଳୟ ମଧ୍ୟ ୫-ଟି ରୁପାନ୍ତରିତ ହୋଇଛି। ହେଲେ ଏହି ବିଦ୍ୟାଳୟରେ ବର୍ଷା ଜଳ ନିଷ୍କାସନର ସୁବିଧା ନାହିଁ। ତେଣୁ ଆଜିର ପ୍ରବଳ ବର୍ଷାରେ ବର୍ଷା ବିଦ୍ୟାଳୟ ଚତୁଃପାର୍ଶ୍ବ ଜଳ ମଗ୍ନ ହୋଇଯାଇଥିଲା। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହୋଇଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ଏହି ବିଦ୍ୟାଳୟରୁ ବର୍ଷା ଜଳ ନିଷ୍କାସନ ନିମନ୍ତେ କୌଣସି ବ୍ୟବସ୍ଥା କରିବାକୁ ଭୁଲିଗଲେ କେମିତି? ଏଥିପ୍ରତି ପ୍ରଶାସନ ଓ ଠିକାଦାର କେହି ବି ଜାଣି ପାରିଲେନି ନା ଉଭୟଙ୍କ ମଧୁ ଚନ୍ଦ୍ରିକାରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏପରି ଅବ୍ୟବସ୍ଥା ଯୋଗୁଁ ଅଭିଭାବକ ମହଲରେ ଏସବୁ ନେଇ ଆଲୋଚନା ଚାଲିଥିବା ବେଳେ ପ୍ରଶାସନ କେବେ ଏହି ବିଦ୍ୟାଳୟରୁ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories