www.samajalive.in
Monday, December 15, 2025
26.1 C
Bhubaneswar

ବାଜିଲା ନିର୍ବାଚନ ବିଗୁଲୁ, ଆଶାୟୀ ଚଳଚଞ୍ଚଳ

ଜି.ଉଦୟଗିରି: ଆଗାମୀ ଫେବୃୟାରୀ ମାସରେ ୫ ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରୀ ହେବା ପରେ ପ୍ରମୁଖ ୩ ଦଳର ଆଶାୟୀ ଏବେ ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି। ଏ ନେଇ ନିର୍ବାଚନ ଅଧିକାରୀ ଆଚରଣବିଧି ଲାଗୁ କରିବା ସହ କୋଭିଡ କଟକଣା ଅନୁଯାୟୀ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ବ୍ଳକ ସ୍ତରୀୟ ନିର୍ବାଚନ ଅଧିକାରୀ ପ୍ରମୁଖ ଦଳର ସଭାପତିମାନଙ୍କୁ ଡାକି ପ୍ରସ୍ତୁତି ବୈଠକ ସାରି ଦେଇଥିବା ବେଳେ ବର୍ତ୍ତମାନ ଆଶାୟୀ ମାନେ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଛି। ଅପରପକ୍ଷେ କିଛି ଆଶାୟୀ ସ୍ଥାନ ସଂରକ୍ଷଣକୁ ନେଇ ଅସନ୍ତୁଷ୍ଟ ଥିଲେ ସୁଧା ପରିସ୍ଥିତିକୁ ଧରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ଶୁଣିବାକୁ ମିଳୁଛି। କନ୍ଧମାଳ ଜିଲା ଜି.ଉଦୟଗିରି ପପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଏବେ ହଟସ୍ପଟରେ ଥିବା ବେଳେ ସବୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟଙ୍କ ନଜର ବର୍ତ୍ତମାନ ସେହି ପଞ୍ଚାୟତ ଉପରେ ଥିବା ଜଣାପଡୁଛି।

ପ୍ରକାଶ ଥାଉକି ଉକ୍ତ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତର ପ୍ରତିନିଧି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ବିଜୟୀ ହୋଇଥିବା ନଜିର ଥିବାବେଳେ ସମସ୍ତଙ୍କର ନଜର ଏବେ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଉପରେ ଥିବା ଶୁଣିବାକୁ ମିଳୁଛି। ତେବେ ଯେତିକି ନିର୍ବାଚନ ତାରିଖ ପାଖେଇ ଆସୁଛି ସେତିକି ଆଶାୟୀଙ୍କ ଭିତରେ ଉତ୍କଣ୍ଠା ବଢିବାରେ ଲାଗୁଛି। ଦେଖାଯାଉ ସବୁ ପୂର୍ବତନ ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ଭୋଟର ମାନେ ବିଜୟ ମୁକୁଟ ପିନ୍ଧାଇବାର ଲକ୍ଷ୍ୟ ରଖିଛନ୍ତି ନା ନିଜ ଅଞ୍ଚଳର ନୂଆ ମୂହଁକୁ ବିଜୟୀ କରୁଛନ୍ତି, ତାହା ଆଗାମୀ ନିର୍ବାଚନ ଫଳାଫଳ ହିଁ ନିର୍ଣ୍ଣାୟକ ଭୂମିକା ନେବ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories