www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀରେ ଗଣତନ୍ତ୍ର ଦିବସ ପ୍ୟାରେଡରେ ଭାଗନେବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ୨ ଜଣ ଛାତ୍ର

ଭବାନୀପାଟଣା: ଚଳିତ ବର୍ଷ ଦିଲ୍ଲୀ ରାଜପଥ ଗଣତନ୍ତ୍ର ଦିବସ ପ୍ୟାରେଡ୍‍ରେ ୧ଶହହ ଜଣିଆ ଏନ୍‍.ସି.ସି. କଣ୍ଟିଜେଣ୍ଟ ଭାଗନେବେ। ଏଥିରେ ଓଡିଶାରୁ ୧୫ ଜଣ ଏନ୍‍ସିସି କ୍ୟାଡେଟ୍‍ ସାମିଲ ହେବାକୁ ଥିବା ବେଳେ ଏନ୍‍ସିସି ର ଆର୍‍.ଡି.ସି. କ୍ୟାମ୍ପରୁ ଚୟନ ହୋଇଥିବା ଓଡିଶାର ୧୫ ଜଣ କ୍ୟାଡେଡ୍‍ ମଧ୍ୟରୁ ୮ ଜଣ ଛାତ୍ର ଓ ୬ ଜଣ ଛାତ୍ରୀଙ୍କୁ ଚୟନ କରାଯାଇଛି। ୮ ଜଣ ଛାତ୍ରଙ୍କ ମଧ୍ୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭବାନୀପାଟଣାର ୨ ଜଣ ଏନ୍‍ସିସି ଛାତ୍ର ଜୁନିୟର ଅଣ୍ଡର ଅଫିସର ରୋହିତ ଦିପ୍‍ (କଳାହାଣ୍ଡି କେଡେଡ୍‍ର ଆର୍ମି ୱିଙ୍ଗସ୍‍) ଏବଂ କେଡେଡ୍‍ ହରମିନ୍ଦର ସିଂହ (ନାଭାଲ ୱିଙ୍ଗିସ୍‍) ସହିତ ଓଡିଶାର ଅନ୍ୟଛାତ୍ର କ୍ୟାଡେଡ୍‍ ମଧ୍ୟରେ ସଚିନ୍‍ କାଟ୍‍ଲେନ୍‍, ସୌମ୍ୟରଞ୍ଜନ ମନଦାଙ୍ଗୀ, ସାନକ୍ୱେତ ହେମ୍ବ୍ରମ, ଶ୍ରୀଧର ସାହୁ, ସାରଦା ପ୍ରସାଦ ଚୈଧୁରି, ଆଶୁତୋଶ ପ୍ରଧାନ ଏବଂ ୬ ଜଣ ମହିଳା କ୍ୟାଡେଡ୍‍ ଭିତରେ ପ୍ରୀତି ମହାନନ୍ଦ, ପ୍ରୀତିମୟୀ ମହାନ୍ତି, ଅଙ୍କିତା ମହାନ୍ତି, ଅନୁସୂୟା ଜେନା, ପ୍ରଜ୍ଞାନଶିଖା ସେନାପତି, ଶୁଭଶ୍ମିତା ବାରିକ ଓ ବନଶ୍ମିତା ନାଏକ ଅନ୍ତର୍ଭୁକ୍ତ ରହିଛନ୍ତି।

ଆସନ୍ତା ଗଣତନ୍ତ୍ର ଦିବସ (ଜାନୁୟାରୀ ୨୬ ତାରିଖ) ପ୍ୟାରେଡ୍‍ ରେ ଏହି କଳାହାଣ୍ଡିର ୨ ଜଣ ଛାତ୍ର ଚୟନ ହୋଇଥିବା ବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୂଳପତି ପ୍ର. ସଞ୍ଜୟ ଶତପଥି ଓ କ୍ୟା. ଜୟଦେବ ସାହୁଙ୍କ ଅବଦାନ ଅତୁଳନୀୟ ଅଟେ। ଏଥି ପାଇଁ ବିଭିନ୍ନ ବର୍ଗ ମହଲରୁ କ୍ୟା. ଜୟଦେବ ସାହୁଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories