www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧଜିଲାରେ ୧୯୦ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲାପାଳ

ବୌଦ୍ଧ : ବୌଦ୍ଧ ଜିଲାରେ ବାଲ୍ୟ ବିବାହ ନିଷେଧ କରିବା ଓ କିଶୋର ବାଳକ ବାଳିକା ସଶକ୍ତିକରଣ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ପୁଣିଥରେ ଜିଲାର ୧୯୦ଟି ଗ୍ରାମକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ବାଲ୍ୟ ବିବାହମୁକ୍ତ ଘୋଷଣା କରିଛନ୍ତି। ଜିଲାପାଳ ଶ୍ରୀ ମିଶ୍ରଙ୍କ ଶିଶୁ ସୂରକ୍ଷା ଦିଗ ପ୍ରତି ସ୍ୱତନ୍ତ୍ର ଧ୍ୟାନ ତଥା ଆନ୍ତରିକ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି। ନିକଟରେ ଡିସମ୍ବେର ୨୪ ତାରିଖରେ ଶିଶୁ ପାଇଁ ଦିିନଟିଏ କାର୍ଯ୍ୟକ୍ରମ ସାରା ଜିଲାରେ ଗ୍ରାମପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲାସ୍ତର ପର୍ଯ୍ୟନ୍ତ ଏକା ସାଙ୍ଗରେ ପାଳିତ ହୋଇଯାଇଛି। ବୌଦ୍ଧଜିଲାରେ ବିଭିନ୍ନ ସମୟରେ ଏପରିକି ଜିଲା ପ୍ରତିଷ୍ଠା ଦିବସ ଏବଂ ସଂଗ୍ରହାଳୟର ବାର୍ଷିକୀ ଉତ୍ସବ ପାଳନ ଓ ବିଭିନ୍ନ ଉତ୍ସବ ପାଳନ ସମୟରେ ସାଧାରଣ ନାଗରିକ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା, କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ଲୋକକଳା ଗ୍ରାମ ନାରାୟଣନଗରରେ ଗ୍ରାମାବାସୀଙ୍କ ଦ୍ୱାରା ବାଲ୍ୟ ବିବାହ ନିଷେଧ ପାଇଁ ଶପଥ ପାଠ କରାଇବା ବାଲ୍ୟ ବିବାହ ରୋକିବାରେ ଆଉ ଏକ ସଫଳ ମାଇଲ ଖୁଣ୍ଟ।

 

- Advertisement -

ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଆକ୍ସନ ଏଡ ଜିଲା ପରାମର୍ଶଦାତ୍ରୀ, ତିନୋଟି ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ , ସୁପରଭାଇଜର ଏବଂ ଅଙ୍ଗନବାଡି କର୍ମୀ ଓ ଜିଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀଙ୍କ ଅବଦାନ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅତୁଳନୀୟ। ମିଳିଥିବା ସୂଚନା ମୁତାବକ ୨୦୨୦ ରେ ୧୦ ଟି ଗ୍ରାମ, ୨୦୨୧ ରେ ୧୭୧ ଟି ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଘୋଷଣା କରାଯାଇଥିବାବେଳେ ୨୦୨୨ ର ପ୍ରାରମ୍ଭରେ ଏକ ସଙ୍ଗରେ ୧୯୦ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ଜିଲାରେ ସର୍ବମୋଟ ୩୭୧ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଥିବାବେଳେ ଖୁବଶିଘ୍ର ଜିଲା ସଂପୁର୍ଣ୍ଣ ବାଲ୍ୟ ବିବାହମୁକ୍ତ ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories